ଲଙ୍କାରେ ତୀବ୍ର ହେଲା ଆର୍ଥିକ ସଂକଟ: ରାମାକୁମ୍ବାରେ ପ୍ରଦର୍ଶନକାରୀଙ୍କୁ ଗୁଳିମାଡ, ଜଣେ ମୃତ ଓ ୧୧ ଆହତ

ଶ୍ରୀଲଙ୍କା ୨୦/୦୪: ସ୍ବାଧୀନତା ପରେ ସବୁଠାରୁ ବଡ଼ ଆର୍ଥିକ ସଂକଟ ସହ ସଂଘର୍ଷ କରୁଥିବା ଶ୍ରୀଲଙ୍କାର ରାମାକୁମ୍ବାରେ ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚଳାଇଛି ପୋଲିସ । ପୋଲିସ ଗୁଳିରେ ଜଣେ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି । ରାଜ୍ୟରେ ଖାଦ୍ୟାଭାବ ସାଙ୍ଗକୁ ଔଷଧ ମିଳୁନଥିବାରୁ ସରକାର ଉପରେ ଆକ୍ରୋଶ ପ୍ରକାଶ କରୁଛନ୍ତି ଲୋକେ । ଆର୍ଥିକ ସଂକଟ ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଶ୍ରୀଲଙ୍କାର କୃଷକମାନେ । ଚାଷୀଙ୍କୁ ସରକାର ସାର ଯୋଗାଇପାରୁନାହାନ୍ତି । ଶ୍ରୀଲଙ୍କାରେ ଗୋଟିଏ ଅଣ୍ଡାର ଦାମ୍ ୩୦ଟଙ୍କା ହୋଇଥିବା ବେଳେ ଗହମ କିଲୋ ୧୯୦ଟଙ୍କା, ପେଟ୍ରୋଲ ଲିଟର ପିଛା ୨୫୦ଟଙ୍କା ଏବଂ ଡିଜେଲ୍ ଲିଟର ପିଛା ୨୦୦ଟଙ୍କାରେ ପହଞ୍ଚିଛି । ସେହିଭଳି ଗ୍ୟାସ୍ ସିଲିଣ୍ଡର ଦାମ୍ ୪ହଜାର ୨୦୦ଟଙ୍କା, ମିଲ୍କ ପାଉଡର କିଲୋ ୧୯ଶହ ଟଙ୍କା, ଚିନି କିଲୋ ୨୪୦ଟଙ୍କା, ଚାଉଳ କିଲୋ ୨୨୦ଟଙ୍କା ହୋଇଛି । ଲୋକଙ୍କ ପକ୍ଷେ ଏସବୁ ଜିନିଷ କିଣିବା ସମ୍ଭବ ପର ହେଉନାହିଁ । ଯାହାକୁ ନେଇ ସେମାନେ ସରକାର ବିରୋଧରେ ପ୍ରତିବାଦ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି ।

Leave A Reply

Your email address will not be published.