ଡ୍ରେସିଂ ରୁମରେ ମାସ୍କ ପିନ୍ଧିଥିବା ନଜର ଆସିଲେ ରିକି ପଣ୍ଟିଂ

ନୂଆଦିଲ୍ଲୀ ୨୧/୦୪:   ଇଣ୍ଡିଆନ ପ୍ରିମିୟର ଲିଗରେ ବୁଧବାର ପଞ୍ଜାବ କିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ଖେଳାଯାଇଥିଲା । ଏଥିରେ ଦିଲ୍ଲୀ ୯ ଓ୍ୱିକେଟରେ ପଞ୍ଜାବକୁ ମାତ୍ ଦେଇଥିଲା । କିନ୍ତୁ ଦଳ ପାଇଁ ଏହି ବିଜୟ ସହଜ ନଥିଲା । କାରଣ ଦଳର ଅନେକ ଖେଳାଳି ଓ ମେମ୍ବର କରୋନା ପଜିଟିଭ୍ ହୋଇଯାଇଥିଲେ । ଏପରି ଭାବେ ମ୍ୟାଚ୍ ଉପରେ ମଧ୍ୟ ସଙ୍କଟ ରହିଥିଲା । ଦିଲ୍ଲୀ କ୍ୟାପିଟାଲ୍ସରେ ପ୍ରାୟ ୬ଟି କରୋନା ମାମଲା ସାମ୍ନାକୁ ଆସିଛି । କରୋନାର ଭୟ ଏପରି ଥିଲା ଯେ, ଖେଳାଳି ଓ ସପୋର୍ଟ ଷ୍ଟାଫ୍ ଡ୍ରେସିଂ ରୁମରେ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଦଳର କୋଚ୍ ରିକି ପଣ୍ଟିଂ, ପ୍ରବୀଣ ଆମରେ, ସେନ ଓ୍ୱାଟସନ, ଅଜିତ ଅଘରକରଙ୍କ ସହ ଅନ୍ୟ ସଦସ୍ୟ ମ୍ୟାଚ୍ ବେଳେ ଡ୍ରେସିଂ ରୁମରେ ମାସ୍କ ପିନ୍ଧି ବସିଥିଲେ । ତେବେ ଏହି ମ୍ୟାଚରେ ଦିଲ୍ଲୀ ଦମଦାର୍ ପ୍ରଦର୍ଶନ କରିଥିଲା ଓ ଚଳିତ ସିଜିନର ସବୁଠୁ ବଡ ବିଜୟ ହାସଲ କରିଥିଲା । ମ୍ୟାଚ୍ ପରେ ଅଧିନାୟକ ଋଷଭ ପନ୍ତ କହିଥିଲେ ଯେ, ମ୍ୟାଚ୍ ସେତେ ସହଜ ନଥିଲା । କାରଣ ଦଳର ସମସ୍ୟ କରୋନା ସଂକ୍ରମିତ ହୋଇଥିଲେ । କଣ ହେବ କିଛି ଜଣା ନଥିଲା । ଦଳର ଖେଳାଳି ଦ୍ୱନ୍ଦ୍ୱରେ ରହୁଥିଲେ ବୋଲି ପନ୍ତ କହିଥିଲେ ।

Leave A Reply

Your email address will not be published.