ନୂଆ ତେଲ ଦର ଜାରି କଲେ କମ୍ପାନୀ

ନୂଆଦିଲ୍ଲୀ ୨୧/୦୪:  ଗୁରୁବାର ତୈଳ କମ୍ପାନୀମାନେ ନୂଆ ଦର ଜାରି କରିଛନ୍ତି । ଗତ କିଛି ଦିନ ଧରି ସ୍ଥିର ଥିବା ପେଟ୍ରୋଲ ଓ ଦର ଅପରିବର୍ତ୍ତିତ ରହିଛି । ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୧୦୫.୪୧ ଟଙ୍କା ଥିବା ବେଳେ ଡିଜେଲର ଦାମ୍ ୯୬.୬୭ ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୧୨୦.୫୧ ଟଙ୍କା ଓ ଡିଜେଲ ୧୦୪.୭୭ ଟଙ୍କା ରହିଛି । କୋଲକାତାରେ ପେଟ୍ରୋଲ ୧୧୫.୧୨, ଚେନ୍ନାଇରେ ୧୧୦.୮୫ ଟଙ୍କା ରହିଛି । ଓଡିଶାରେ ମଧ୍ୟ ଦର ଅପରିବର୍ତ୍ତିତ ରହିଛି । ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୨ରୁ ଦେଶରେ ଲଗାତର ଭାବେ ପେଟ୍ରୋଲ ଓ ଡିଜେଲ ଦର ବଢି ଚାଲିଛି । ଦୈନିକ ଦରରେ ପ୍ରାୟ ୮୦ ପଇସା ଯାଏଁ ବୃଦ୍ଧି ପାଉଥିଲା । ତେବେ ଗତ ୭ ତାରିଖରୁ ଦରବୃଦ୍ଧି ହୋଇନାହିଁ ।

Leave A Reply

Your email address will not be published.