୨ ଟଙ୍କା ବଢ଼ିଲା ଓମ୍‌ଫେଡ ମୂଲ୍ୟ, ଗୁରୁବାରଠୁ ଲାଗୁ ହେଲା ନୂଆ ଦର

ଭୁବନେଶ୍ୱର ୨୧/୦୪: ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ । ଓମ୍‌ଫେଡ୍‌ କ୍ଷୀର ଲିଟର ପିଛା ବଢିବ ୨ ଟଙ୍କା । ୨୧ ତାରିଖ ଅର୍ଥାତ ଆଜିଠାରୁ ଲାଗୁ ହେଲା ଏହି ବର୍ଦ୍ଧିତ ଦର । ପୂର୍ବରୁ ବଜାରରେ ମିଳୁଥିବା ୫୦୦ ମିଲିର ଓମଫେଡ୍‌ ପ୍ୟାକେଟ୍‌ ୨୩ ଟଙ୍କାରେ ବିକ୍ରି ହେଉଥିଲା । ଏହା ବଢ଼ି ୨୪ଟଙ୍କା ହୋଇଯାଇଛି । ଓମଫେଡ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି । କୃଷକଙ୍କ ମୂଲ୍ୟ ବୃଦ୍ଧି, ସବୁଜ ଓ ଶୁଖିଲା ଚାରାର ମୂଲ୍ୟ, ଔଷଧ, ଇନ୍ଧନ ମୂଲ୍ୟ ଓ ପ୍ୟାକେଜିଂ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁ ଓମଫେଡ୍‌ କ୍ଷୀର ଦର ବଢାଇବାକୁ ନିଷ୍ପତ୍ତି ନେଇଛି । ଓମ୍‌ଫେଡ ଗୋଲ୍ଡ ଓ ଓମ୍‌ଫେଡ୍‌ ପ୍ରିମିୟମ୍‌ ୫୦୦ମିଲିକୁ ୨୪ଟଙ୍କା ଓ ଓମ୍‌ଫେଡ୍‌ ଟୋନ୍‌ଡ ୫୦୦ମିଲି ୨୧ ଟଙ୍କା ହେବ । ତେବେ ଇନ୍‌ପୁଟ ଖର୍ଚ୍ଚର ବୃଦ୍ଧିକୁ ବିଚାରକୁ ନେଇ କ୍ଷୀରର କିଣା ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଛି ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.