ରାଜଧାନୀରେ ବନ୍ଧୁକ ମୁନରେ ଲୁଟ୍‌

ଭୁବନେଶ୍ୱର ୨୨।୦୪: ବନ୍ଧୁକ ଦେଖାଇ ସୁନା ଦୋକାନୀଙ୍କ ଠାରୁ ଲୁଟ୍। ୫ ଲକ୍ଷ ଟଙ୍କାର ସୁନା ଗହଣା ଭର୍ତ୍ତି ବ୍ୟାଗ ଲୁଟ୍ ହୋଇଛି ।  ଏନେଇ ପୋଲିସରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଭୁବନେଶ୍ବର ଶତାବ୍ଦୀ ନଗର ଅଞ୍ଚଳରେ ଘଟିଛି ଘଟଣା । ଖବର ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଦୋକାନ ବନ୍ଦ କରି ସ୍କୁଟିରେ ଯାଉଥିବା ବେଳେ ଲୁଟିନେଲେ ଲୁଟେରା । ୫ ଲକ୍ଷ ଟଙ୍କାର ସୁନା ଗହଣା ଭର୍ତ୍ତି ବ୍ୟାଗ ଲୁଟ୍ ହୋଇଥିବା ସୂଚନା ମିଳିଛି। ଗୋଟିଏ ପଲସରରେ ୩ ଜଣ ଲୁଟେରା ଆସି ଏହି ଲୁଟ୍ କରିଥିବା ଅଭିଯୋଗ ହୋଇଛି ।  ଏନେଇ ସୁନା ଦୋକାନୀ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଆଖପାଖରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଛି ପୋଲିସ । ଡେଲ୍ ଟା ଛକରେ ଥିବା ଲକ୍ଷ୍ମୀ ନାରାୟଣ ସୁନା ଦୋକାନୀଙ୍କ ଠାରୁ ଲୁଟ୍ ହୋଇଥିବା ସୂଚନା ମିଳିଛି । ପୂର୍ବରୁ ତାଙ୍କ ଦୋକାନରୁ ସଟର କାଟି ୪୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟ୍ ହୋଇଥିଲା ।

Leave A Reply

Your email address will not be published.