ଜମ୍ମୁ ବାଠିଣ୍ଡିରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ : ଜଣେ ଯବାନ ସହିଦ

ଶ୍ରୀନଗର ୨୨।୪: ଜମ୍ମୁ ବାଠିଣ୍ଡି ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଉଭୟପଟରୁ ହୋଇଥିବା ଗୁଳିବିନିମୟରେ ସୁରକ୍ଷା ବଳର ଜଣେ ଯବାନ ସହିଦ ହୋଇଛନ୍ତି । ଅନ୍ୟ ୪ଜଣ ଯବାନ ଆହତ ହୋଇଛନ୍ତି । ସଂପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ କରି ଦିଆଯାଇଛି । ସୂଚନା ଅନୁସାରେ ବାଠିଣ୍ଡି ଗ୍ରୀନ୍ ଭ୍ୟାଲି ଅଞ୍ଚଳରେ ଏହି ଗୁଳିବିନିମୟ ଚାଲିଛି । ୨ରୁ ୩ ଜଣ ଆତଙ୍କବାଦୀ ଏହି ଅଞ୍ଚଳରେ ଲୁଚିଥିବା ସୁରକ୍ଷାକର୍ମୀ ଆଶଙ୍କା କରୁଛନ୍ତି । ଉଭୟ ପଟରୁ ଗୁଳିବିନିମୟ ଜାରି ରଙିଛି । ଜମ୍ମୁକଶ୍ମୀର ପୋଲିସର ସ୍ପେଶାଲ ଅପରେସନ୍ ଗ୍ରୁପ୍ ଏବଂ ସିଆରପିଏଫ ଯବାନମାନେ ମିଳିତ ଅପରେସନ ଜାରି ରଖିଛନ୍ତି । ଏ ସମସ୍ତ ଆତଙ୍କବାଦୀ ବାଠିଣ୍ଡି ଅଞ୍ଚଳର ଜଲ୍ଲାଲବାଦରେ କାହା ଘରେ ଲୁଚିଥିବା କୁହାଯାଉଛି । ଜମ୍ମୁ ଜୋନ୍ ଏଡିଜିପି ମୁକେଶ ସିଂହ କହିଛନ୍ତି ଯେ, ଗୁଳିବିନିମୟରେ ସୁରକ୍ଷା ବଳର ଜଣେ ଯବାନ ସହିଦ ହୋଇଛନ୍ତି । ଅନ୍ୟ ୪ ଜଣ ଯବାନ ଆହତ ହୋଇଛନ୍ତି । ଆମେ ରାତିରେ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଦେଇଥିଲୁ । ସଂପୃକ୍ତ ଅଞ୍ଚଳରେ ଏବେବି ଗୁଳିବିନିମୟ ଜାରି ରହିଛି ।

Leave A Reply

Your email address will not be published.