ଶ୍ରୀନଗରରେ ଶ୍ରମିକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ 

ଶ୍ରୀନଗର ୨୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଜମ୍ମୁକଶ୍ମୀରରେ ହାଇ ଆଲର୍ଟ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଅନେକ ସ୍ଥାନରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି । ଜମ୍ମୁକଶ୍ମୀର ବାରମୂଲା ୪୦ଘଣ୍ଟା ଧରି ଚାଲିଥିବା ଗୁଳିବିନିମୟରେ ୩ ଜଣ ଆତଙ୍କବାଦୀ ଏବଂ ଜମ୍ମୁରେ ୭ଘଣ୍ଟା ଧରି ଚାଲିଥିବା ଅପରେସନ୍‌ରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହାପରେ ଶ୍ରୀନଗର ବାହାରେ ଶ୍ରମିକମାନଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ଜଣାପଡିଛି । ଅପ୍ରେଲ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁକଶ୍ମୀର ଗସ୍ତରେ ଯିବେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ୫ଟି ଏକ୍ସପ୍ରେସ୍ ଓ୍ବେର ଶିଳାନ୍ୟାସ କରିବା ସହ ବନିହାଲ-କାଜିଗୁଡ ଟନେଲର ଉଦଘାଟନ କରିବେ । ଅନୁଚ୍ଛେଦ ୩୭୦ ହଟାଯିବା ପରେ ନୂଆ ଜମ୍ମୁକଶ୍ମୀରରେ ଶିଳ୍ପ ବିକାଶର ନୂତନ ଯୁଗରେ ୩୮୦୮୨କୋଟି ଟଙ୍କାର ଗ୍ରାଉଣ୍ଡ ବ୍ରୋକିଙ୍ଗ ସେରିମନି ମଧ୍ୟ ଅନୁଷ୍ଠିତ ହେବ । ଜାମ୍ମୁ ଜୋନ୍ ଏଡିଜିପି ମୁକେଶ ସିଂ କହିଛନ୍ତି ଯେ, ଜମ୍ମୁ କଶ୍ମୀରର ସୁଞ୍ଜଓ୍ବାରେ ସୁରକ୍ଷା ବଳ ଦ୍ବାରା ନିହତ ପାକିସ୍ତାନ ସ୍ଥିତ ଜୈଶ୍-ଇ-ମହମ୍ମଦ (ଜେଏମ୍)ର ଦୁଇ ଆତଙ୍କବାଦୀ ବଡ ଆକ୍ରମଣର ଯୋଜନା ପ୍ରସ୍ତୁତ କରୁଥିଲେ । ଏଡିଜିପି ଏହା ମଧ୍ୟ କହିଛନ୍ତି ଯେ, ଗୁପ୍ତଚର ଏଜେନ୍ସି ଏବଂ ସୁରକ୍ଷା ବଳର ହସ୍ତକ୍ଷେପ ଏକ ବଡ ବିପଦକୁ ଏଡାଇବାରେ ସାହାଯ୍ୟ କରିଛନ୍ତି ।

Leave A Reply

Your email address will not be published.