ବ୍ୟାଟ୍ସମ୍ୟାନଙ୍କୁ ଫେରି ଆସିବାକୁ କହିଲେ ପନ୍ତ…

ନୂଆଦିଲ୍ଲୀ,୨୩/୦୪:ଶୁକ୍ରବାର ଆଇପିଏଲରେ ମୁହାଁମୁହିଁ ହୋଇଥିଲେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ମୁକାବିଲାରେ ରାଜସ୍ଥାନ ଦିଲ୍ଲୀକୁ ୧୫ ରନରେ ମାତ୍ ଦେଇଥିଲା । ତେବେ ରାଜସ୍ଥାନ ବିଜୟ ଅପେକ୍ଷା ଷ୍ଟାଡିୟମରେ ଚାଲିଥିବା ଡ୍ରାମା ଅଧିକ ଚର୍ଚ୍ଚାରେ ରହିଥିଲା । ଶେଷ ଓଭରରେ ଅମ୍ପାୟାର ନୋ ବଲ୍ ନଦେବାରୁ ଏପରି ହୋଇଥିଲା । ସୂଚନାନୁସାରେ, ଶେଷ ଓଭରରେ ଦିଲ୍ଲୀକୁ ବିଜୟ ପାଇଁ ୩୬ ରନ୍ ଦରକାର ଥିଲା । କ୍ରିଜରେ ଥିବା ରୋବମେନ୍ ପାଓ୍ୱେଲ୍ ପ୍ରଥମ ୩ ବଲରେ ଲଗାତର ୩ ଛକା ଲଗାଇ ଦଳକୁ ଆଶା ଦେଇଥିଲେ । ତେବେ ତୃତୀୟ ବଲ ଫୁଲଟସ୍ ଥିଲା ଓ ଦିଲ୍ଲୀ ବ୍ୟାଟର ଏହା ନୋ ବଲ ବୋଲି ଦାବି କରିଥିଲେ । କିନ୍ତୁ ଅମ୍ପାୟାର ଏହାକୁ ନୋ ବଲ୍ ଦେଇନଥିଲେ ।ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳି ବାରମ୍ବାର ଟିଭି ଅମ୍ପାୟାରଙ୍କୁ ନୋ ବଲ ପାଇଁ ଥାର୍ଡ ଅମ୍ପାୟାରଙ୍କୁ ଚେକ୍ କରିବା ପାଇଁ ଦାବି କରିଥିଲେ । କିନ୍ତୁ ନିୟମ ଅନୁସାରେ ଫିଲ୍ଡ ଅମ୍ପାୟାରଙ୍କ ନିଷ୍ପତି ବଦଳି ନଥାନ୍ତା । ଏହାପରେ ଅଧିନାୟକ ଋଷଭ ପନ୍ତ ଉଭୟ ବ୍ୟାଟରଙ୍କୁ ଚାଲି ଆସିବାକୁ କହିଥିଲେ । ସେନ ଓ୍ୱାଟସନ ପନ୍ତଙ୍କ ପାଖକୁ ଆସି ବୁଝାଇବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏପରିକି ଜୋସ୍ ବଟଲର ମଧ୍ୟ ପନ୍ତଙ୍କୁ ବୁଝାଇଥିଲେ ।

Leave A Reply

Your email address will not be published.