ହୃଦୟନାଥ ମଙ୍ଗେଶକର ହସ୍ପିଟାଲ୍‌ରେ ଭର୍ତ୍ତି

ମୁମ୍ବାଇ ୨୫।୦୪ : ସ୍ବର୍ଗତ ଲତା ମଙ୍ଗେସକରଙ୍କ ଭାଇ ହୃଦୟନାଥ ମଙ୍ଗେଶକରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ଆସୁଛି। ଏନେଇ ତାଙ୍କ ପୁଅ ଗାୟକ ଆଦିନଥ ମଙ୍ଗେଶକର ରବିବାର ଏବିଷୟରେ ସୂଚନା ଦେଇଛନ୍ତି । କହିଛନ୍ତି କି ସେ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି। ଆଠରୁ ଦଶ ଦିନ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ ହେବେ। ହେଲେ ତାଙ୍କ ବାପା କାହିଁକି ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ସେ ନେଇ କିଛି ଜଣାଇ ନାହାନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ‘ଲତା ଦିନନାଥ ମଙ୍ଗେଶକର ପୁରସ୍କାର’ର ଉଦଘାଟନୀ ଉତ୍ସବରେ ଆଦିନାଥ ଏହି ସମାବେଶକୁ ସମ୍ବୋଧିତ କରି କହିଥିଲେ ଯେ ତାଙ୍କ ପିତା ହିଁ ସବୁବେଳେ ସ୍ୱାଗତ ସମ୍ବୋଧନ ଭାଷଣ ଦଅନ୍ତି । କିନ୍ତୁ ଚଳିତ ବର୍ଷ ସେ ତାହା କରିପାରି ନଥିଲେ। କାରଣ ବର୍ତ୍ତମାନ ସେ ଡାକ୍ତରଖାନାରେ ଅଛନ୍ତି।

Leave A Reply

Your email address will not be published.