ଠିକାଦାରଙ୍କୁ ନିର୍ମମ ହତ୍ୟା

କେନ୍ଦୁଝର ୨୬।୦୪ : କେନ୍ଦୁଝରରେ ଠିକାଦାର ତଥା ପୂର୍ବତନ ୱାର୍ଡ ମେମ୍ବରଙ୍କୁ ନିର୍ମମ ହତ୍ୟା । ଲୁହାଛଡରେ ଠିକାଦାରଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଠିକା କାମକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏକ କାର୍ ରେ ଆସି ଘରୁ ଡାକି ନେଇ ୪ ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । କେନ୍ଦୁଝର ସଦର ଥାନା ମନୋହରପୁର ଗାଁରେ ଏହି ଘଟଣା ଘଟିଛି। ଖବର ଅନୁଯାୟୀ, ସୋମବାର ରାତି ପ୍ରାୟ ୧୦ ବେଳେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ବିଳମ୍ବିତ ରାତିରେ ୪ ଜଣ ଦୁର୍ବୁତ୍ତ ଏକ କାର ରେ ଆସିଥିଲେ। ଭାଗ୍ୟଧରଙ୍କ ସହ ଫୋନରେ କଥାହେବା ପରେ ମାଛ ଚିଙ୍ଗୁଡ଼ି ଚାଷ ପାଇଁ ଖୋଳାଯାଇଥିବା ପୋଖରୀ ପାଖକୁ ଡାକି ନେଇଥିଲେ । ତେବେ ଏହି ଷଡଯନ୍ତ୍ର ଜାଣିନପାରି ଭାଗ୍ୟଧର ଏବଂ ସାଥିରେ ସାହିର ତରଣୀସେନ ଦେହୁରୀ ଦୁହେଁ ବାଇକ୍ ଯୋଗେ ସେଠାକୁ ପହଞ୍ଚିଥିଲ।

Leave A Reply

Your email address will not be published.