ଶିକ୍ଷକଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଚଣ୍ଡୀଖୋଲ ୨୬/୦୪: ଶିକ୍ଷକଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ଭାକୁଡ ଗ୍ରାମର ସଚିତ୍ର କୁମାର ରାଉତଙ୍କ ଗତକାଲି ରାତିରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଓ କାଗଜପତ୍ର ଲୁଟିନେଲେ ଦୁର୍ବୃତ୍ତ । ଅତ୍ୟଧିକ ଗରମ ହେତୁ ସଚିତ୍ର ଓ ତାଙ୍କ ସ୍ତ୍ରୀ ଅନ୍ୟଏକ ଘରେ ଶୋଇଥିବା ସମୟରେ ଦୁର୍ବୃତ୍ତମାନେ ଆସି ସଚିତ୍ର ଶୋଇଥିବା ଘର ବାହାରୁ କବାଟ ଲକ କରି ଦେଇଥିଲେ । ଅନ୍ୟଏକ ଘରେ ପଶି ଆଟାଜ ଭାଙ୍ଗି ସୁନା ଅଳଙ୍କାର ସହ ଗୁରୁତ୍ୱ ପୂର୍ଣ୍ଣ କାଗଜପତ୍ର ଓ ନଗଦ ଟଙ୍କା ନେଇ ଫେରାର ହୋଇ ଯାଇଛନ୍ତି । ଆଜି ସକାଳୁ ସଚିତ୍ର ସ୍କୁଲ ଯିବାକୁ ବାହାରିବା ସମୟରେ ଘର ବାହାରୁ ତାଲା ପଡିଥିବାରୁ ପଡୋଶୀଙ୍କ ସହାୟତାରେ କବାଟ ଖୋଲି ଥିଲେ. ପରେ ଘରୁ ସବୁକିଛି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏ ନେଇ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ ପରେ ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଂଚି ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.