ହୋଟେଲରେ ଆଖିବୁଜା ଗୁଳିମାଡ, ୪ ମୃତ

ନୂଆଦିଲ୍ଲୀ ୨୮/୦୪: ହୋଟେଲରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ। ଚାଲିଗଲା ୪ ଜୀବନ । ଏପରି ଘଟଣା ସାମ୍ନାକୁ ଆସିଛି ଆମେରିକା ମିସିସିପିର ଏକ ହୋଟେଲରେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଖେଳିଯାଇଛି ।ତେବେ ପୋଲିସ ଏହି ଘଟଣାରେ ଦୁଇ ସନ୍ଦିଗ୍ଧଙ୍କୁ ଧରିବାରେ ସଫଳ ହୋଇଛି  । ସ୍ଥାନୀୟ ପୋଲିସ ଅଧିକାରୀଙ୍କ କହିବାନୁସାରେ, ସକାଳ ୯ଟାରେ ହଠାତ ହୋଟେଲରେ ଗୁଳିମାଡ କରାଯାଇଥିଲା । ଏଥିରେ ୪ ଜଣ ପ୍ରାଣ ହରାଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇ ଏକ ଦୋକାନରେ ଲୁଚି ଯାଇଥିଲା । ତେବେ ଦୋକାନକୁ ସିଲ୍ କରି ଦୁଇ ଜଣଙ୍କୁ ଗିରଫ କରାଯାଇଛି । ପୂର୍ବରୁ ମଧ୍ୟ ମିସିସିପିରେ ଗଲଫପୋର୍ଟ ନୂଆବର୍ଷ ପାଳନ ବେଳେ ଗୁଳିକାଣ୍ଡ ହୋଇଥିଲା । ଯେଉଁଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ବୟସ ୩୦ ବର୍ଷ ମଧ୍ୟରେ ରହିଥିଲା । ତେବେ ଏହି ଘଟଣାରେ ପୋଲିସ କାହାରିକୁ ଗିରଫ କରିପାରି ନାହିଁ । ସୂଚନାଯୋଗ୍ୟ, ମିସିସିପି ଅଞ୍ଚଳରେ ଲଗାତର ଭାବେ ଗୁଳିକାଣ୍ଡ ଘଟଣା ବୃଦ୍ଧି ପାଉଛି । ଯାହାକୁ ନେଇ ସ୍ଥାନୀୟ ପୋଲିସ ଉପରେ ବ୍ୟବସାୟୀମାନେ ପ୍ରଶ୍ନ ଉଠାଇଛନ୍ତି ।

Leave A Reply

Your email address will not be published.