ଟିମ୍ ଇଣ୍ଡିଆ ପାଇଁ ଖେଳିପାରନ୍ତି ଏହି ବୋଲର

ନୂଆଦିଲ୍ଲୀ ୨୮/୦୪:  ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂ ଆଇପିଏଲରେ ଗତ ୩ ବର୍ଷ ଧରି ଲଗାତର ଭଲ ପ୍ରଦର୍ଶନ କରୁଛନ୍ତି । ସେ ଅତିଶୀଘ୍ର ଜାତୀୟ ଟିମରେ ଖେଳିବେ । ଏମିତି ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ଦଳର ପୂର୍ବତନ କାଚ୍ ରବି ଶାସ୍ତ୍ରୀ । ଅର୍ଶଦୀପ ଚାପ ଓ ସଙ୍କଟ ବେଳେ ଭଲ ପ୍ରଦର୍ଶନ କରୁଥିବା ଶାସ୍ତ୍ରୀ କହିଛନ୍ତି । ଶାସ୍ତ୍ରୀ କହିଛନ୍ତି ଯେ, ୨୦୧୯ରେ ଅର୍ଶଦୀପ ପଦାର୍ପଣ କରିଥିଲେ । ସେ ଗତ ୪ ବର୍ଷ ହେଲା ପଞ୍ଜାବ କିଙ୍ଗସ ପାଇଁ ଖେଳୁଛନ୍ତି । ଦଳ ନିଲାମି ପୂର୍ବରୁ ଯେଉଁ ଦୁଇ ଖେଳାଳିଙ୍କୁ ରିଟେନ୍ କରିଥିଲା ସେମାନଙ୍କ ମଧ୍ୟରେ ଅର୍ଶଦୀପ ରହିଥିଲେ । ସେ ଲଗାତର ଭାବେ ନିଜ ବୋଲିଂରେ ସୁଧାର ଆଣୁଛନ୍ତି । ଡେଥ୍ ଓଭରରେ ସେ ଦମଦାର ବୋଲିଂ କରିଥିଲେ । ତେବେ ସେ ଚଳିତ ସିଜିନରେ ୮ଟି ମ୍ୟାଚ୍ ଖେଳି ୩ ଓ୍ୱିକେଟ୍ ନେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଯୁବ ଖେଳାଳି ଅର୍ଶଦୀପ ଭଲ ବୋଲିଂ କରୁଛନ୍ତି । ଯାହା ଦେଖିବାକୁ ମଧ୍ୟ ଭଲ ଲାଗୁଛି । ଶାନ୍ତ ରହିବା ସହ ସବୁ ସମୟରେ ସେ ଲାଇନ୍ ଲେନଥରେ ବୋଲିଂ କରନ୍ତି । ଏହାସହ ସନରାଇଜର୍ସ ହାଇଦ୍ରାବାଦର ଖେଳାଳି ଉମରାନ୍ ମଲିକ ଓ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟର ତିଳକ ବର୍ମା ମଧ୍ୟ ଭଲ ପ୍ରଦର୍ଶନ କରୁଥିବା ଶାସ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.