ବସ ଷ୍ଟାଣ୍ଡରେ ଭୟଙ୍କର ନିଆଁ

ନୂଆଦିଲ୍ଲୀ, ୨୯।୦୪ :ପଞ୍ଜାବ ବଥିଣ୍ଡାରେ ଭୟଙ୍କର ଅଗ୍ନିକାଣ୍ଡ । ହୁହୁ ହୋଇ ଜଳିଲା ବସ ଷ୍ଟାଣ୍ଡ । ନିଆଁ ଲିଭାଇବାକୁ ନାକେଦମ ଦମକଳ ବାହିନୀ । ଗୁରୁବାର ରାତିରେ ବଥିଣ୍ଡା ବସ ଷ୍ଟାଣ୍ଡରେ ଏପରି ଘଟଣା ସାମ୍ନାକୁ ଆସିଛି । ସୂଚନାନୁସାରେ, ଗୁରୁବାର ରାତିରେ ବସ ଷ୍ଟାଣ୍ଡରେ ନିଆଁ ଲାଗିଯାଇଥିଲା । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଅଗ୍ନିକାଣ୍ଡରେ ଏକାଧିକ ବସ ଜଳି ଯାଇଥିବା ଅନୁମାନ କରାଯାଉଛି । କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ଏବେସୁଦ୍ଧ ଅସ୍ପଷ୍ଟ ରହିଛି । ଏହାପୂର୍ବରୁ ଗତ ୨୦ ତାରିଖରେ ଲୁଧିଆନାର ଏକ ବସ୍ତିରେ ନିଆଁ ଲାଗିଯାଇଥିଲା ।ଏଥିରେ ୫ ଶିଶୁଙ୍କ ସମେତ ୭ ଜଣ ଜିଅନ୍ତା ଜଳି ଯାଇଥିଲେ । ସମସ୍ତେ ଶୋଇଥିବା ବେଳେ ନିଆଁ ଲାଗିବା କାରଣରୁ ଏହି ଅଘଟଣ ଘଟିଥିଲା । ମୃତକମାନେ ସମସ୍ତେ ବିହାରର ବୋଲି ଜଣାପଡିଥିଲା ।

Leave A Reply

Your email address will not be published.