ରିଷଭ ପନ୍ତଙ୍କ ମ୍ୟାଚ୍‌ ଦେଖିବାକୁ ପହଞ୍ଚିଲେ ଗର୍ଲଫ୍ରେଣ୍ଡ ଇଶା ନେଗି

ମୁମ୍ବାଇ ୨୯।୦୪ : ଗୁରୁବାର ଅର୍ଥାତ୍‌ ଗତକାଲି ମ୍ୟାଚ୍‌ରେ ଦିଲ୍ଲୀର କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ଦୁହେଁ ମୁହାଁମୁହିଁ ହୋଇଛନ୍ତି । ଏହି ମ୍ୟାଚ୍‌ରେ ଦିଲ୍ଳୀ ଟିମ୍‌ର ଅଧିନାୟକ ରିଷଭ୍‌ ପନ୍ତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଶେଷ ଓଭରରେ ରୋଭମନ ପାୱେଲ ଧୂଆଁଦାର ବ୍ୟାଟଂ କରି କୋଲକାତାକୁ ହରାଇଛି।ତେବେ ମୁମ୍ବାଇର ୱାନ୍‌ଙ୍ଖେଡେ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ସୋସିଆଲ ମିଡିଆରେ ଏକ ଫଟୋ ଖୁବ୍‌ ଭାଇରାଲ୍‌ ହୋଇଥିଲା । ଯେଉଁଥିରେ ସମସ୍ତ ଖେଳାଳୀଙ୍କ ପତ୍ନୀ , ପରିବାର ସଦସ୍ୟଙ୍କୁ ନଜରେ ଆସିବାବେଳେ ଦେଖିବାକୁ ମିଳିଥିଲା ରିଷଭ ପନ୍ତଙ୍କ ଗର୍ଲଫ୍ରେଣ୍ଡ ଇଶା ନେଗି ଏବଂ ଭଉଣୀ ସାକ୍ଷୀ ପନ୍ତ । ଦୁହେଁ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ। ଯେତେବେଳେ ମ୍ୟାଚ୍ ଆରମ୍ଭ ହେଲା, ଉଭୟଙ୍କୁ ଟିଭି କ୍ୟାମେରାରେ ସେମାନଙ୍କୁ କଏଦ କରାଯାଇଥିଲା । ଇଶା ନେଗି ଏବଂ ସାକ୍ଷୀ ପନ୍ତ ଏକାଠି ବସି ପରସ୍ପର ସହ କଥା ହେଉଥିଲେ । ରିଷଭ ଏବଂ ତାଙ୍କ ଦଳକୁ ସମର୍ଥନ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଯେତେବେଳେ ଦିଲ୍ଲୀ କ୍ୟାପିଟାଲ୍‌ ମ୍ୟାଚ୍‌ ଜିତିଥିଲା, ସେତେବେଳେ ଉଭୟ ଖୁସିରେ ବସିଥିବା ବେଳେ ଉଠି ପଡି ଜୋରରେ ତାଳି ମାରିଥିଲେ । ଫ୍ୟାନ୍ସମାନେ ଏହି ଫଟୋ ଦେଖି କହିଥିଲେ ଇଶା ଆସିବା ମାତ୍ରେ ଦିଲ୍ଲୀକୁ ସଫଳତା ମିଳିଛି।

Leave A Reply

Your email address will not be published.