ୟୁକ୍ରେନକୁ ୩୩ ବିଲିୟନ ଡଲାର ଦେବ ଆମେରିକା 

ନୂଆଦିଲ୍ଲୀ ୨୯।୦୪ : ୟୁକ୍ରେନକୁ ସହାୟତା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ଆମେରିକୀୟ କଂଗ୍ରେସକୁ ୩୩ ବିଲିୟନ ଡଲାରର ସପ୍ଲିମେଣ୍ଟାରୀ ଫଣ୍ଡ ବିଲ୍ ସହାୟତା ମାଗିଛନ୍ତି । ରୁଷ-ୟୁକ୍ରେନ୍ ଯୁଦ୍ଧ ଏକ ନୂଆ ପର୍ଯ୍ୟାୟରେ ପ୍ରବେଶ କରିବାକୁ ଥିବାରୁ ,ୟୁକ୍ରେନବାସୀଙ୍କ ପାଇଁ ଏହି ଅର୍ଥର ଆବଶ୍ୟକତା ରହିଛି । ଏହି ଅର୍ଥ ୟୁକ୍ରେନର ମିଲିଟାରୀ ସହ ୟୁକ୍ରେନର ଅନ୍ୟ କାମ ପାଇଁ ଲାଗିବ । ଏହି ସହାୟତା ରୁଷ ଉପରେ ବି ଚାପ ସୃଷ୍ଟି କରିବ । ଏହି ଅବସରରେ ବାଇଡେନ୍ କହିଛନ୍ତି ଯେ, ୟୁକ୍ରେନ୍ ବାସୀଙ୍କ ପାଇଁ ଏହି ଯୁଦ୍ଧ ଏତେ ସହଜ ନୁହେଁ । ଆମେ ୟୁକ୍ରେନକୁ ଆର୍ଥିକ ସହାୟତା ଦେଇ ୟୁକ୍ରେନ୍ ନାଗରିକଙ୍କୁ ସମର୍ଥନର ହାତ ବଢ଼ାଇବାର ଆବଶ୍ୟକତା ରହିଛି । ୟୁକ୍ରେନ୍ ବାସୀ ଯେଉଁ ଯୁଦ୍ଧର ସମ୍ମୁଖୀନ ହୋଇଛନ୍ତି ତାଙ୍କ ପଛରେ ଛିଡ଼ା ହେବା ନା ରୁଷିଆ ସେମାନଙ୍କ ଉପରେ ଯେଉଁ ଦମନଲୀଳା ଚଲାଇଛି କେବଳ ଦେଖେଣାହାରୀ ହେବା । ଆମେ ୟୁକ୍ରେନବାସୀଙ୍କ ସମର୍ଥନରେ ଛିଡ଼ା ହେବାର ସମୟ ଆସିଛି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଋଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଦୀର୍ଘ ୬୫ ଦିନ ଧରି ଯୁଦ୍ଧ ଚାଲିଥିଲେ ବି ଋଷ ୟୁକ୍ରେନକୁ ଦଖଲ କରିପାରୁ ନାହିଁ । ଦିନକୁ ଦିନ ଲଢେଇ ଜୋରଦାର ହେବାରେ ଲାଗିଛି । ୟୁକ୍ରେନକୁ ସିଧାସଳଖ ଆମେରିକା ସମେତ ପାଶ୍ଚାତ୍ୟ ଦେଶ ସହାୟତା ଯୋଗାଉନଥିଲେ ବି ଅସ୍ତ୍ରଶସ୍ତ୍ର ଓ ଆର୍ଥିକ ସହୟତା ଦେଉଛନ୍ତି ।  

Leave A Reply

Your email address will not be published.