ଡୋନବାସ ଦଖଲ ଲକ୍ଷ୍ୟରେ ପୁଟିନ 

ନୂଆଦିଲ୍ଲୀ ୦୨/୦୫: ପୂର୍ବ ୟୁକ୍ରେନରେ ୟୁକ୍ରେନ-ରୁଷ ସେନା ମଧ୍ୟରେ ଘମାଘୋଟ ଲଢେଇ ଜାରି। ଡୋନବାସକୁ ଦଖଲ କରିବାରୁ ରୁଷ ସେନାଙ୍କୁ ପ୍ରବଳ ପ୍ରତିରୋଧର ସାମ୍ନା କରିବାକୁ ପଡୁଛି । ଏହାର ପଛରେ ମୁଖ୍ୟ କାରଣ ହେଉଛି ଆମେରିକା। ଏକ ଡଜନରୁ ଅଧିକ ଫ୍ଲାଇଟରେ ୟୁକ୍ରେନ ସେନାକୁ ଆମେରିକା ଅସ୍ତ୍ରଶସ୍ତ୍ର ଯୋଗାଇ ଦେବା ପରେ ୟୁକ୍ରେନୀୟ ସୈନ୍ୟଙ୍କ ମନୋବଳ ବୃଦ୍ଧି ପାଇଛି। ରୁଷ ସେନାକୁ ମୁହଁତୋଡ ଜବାବ ଦେଉଛନ୍ତି। ଏପଟେ ମେ ୯ ଭିକ୍ଟ୍ରି ଡେ ପୂର୍ବରୁ ୟୁକ୍ରେନ ବିରୋଧରେ ହମଲାକୁ ପୁଟିନ୍ ଆହୁରି ଜୋରଦାର କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ୟୁକ୍ରେନ ରାଜଧାନୀ କିଭ୍ କୁ କବଜା କରିବାରେ ବିଫଳ ହେବା ପରେ ପୁଟିନ୍ ଆକ୍ରମଣକୁ ଆହୁରି ଜୋରଦାର ସହ ଖୋଲାଖୋଲି ଯୁଦ୍ଧ ଘୋଷଣା କରିପାରନ୍ତି।ଏବେ ୟୁକ୍ରେନ ବିରୋଧରେ ରୁଷ ସାମରିକ ଅଭିଯାନ ଚଳାଇଛି ବୋଲି କହିଛି। ଯୁଦ୍ଧ ବୋଲି କହିନି। ତେବେ ମେ ୯ ପରେ ଯୁଦ୍ଧ ବୋଲି ଘୋଷଣା କରିପାରେ। ଖାରକିଭରେ ଲୋକଙ୍କୁ ଆଶ୍ରୟ ସ୍ଥଳ ବାହାକୁ ନଯିବାକୁ ପରାମର୍ଶ ଦେଇଛନ୍ତି ସ୍ଥାନୀୟ ଗଭର୍ଣ୍ଣର। ରୁଷ ଘନ ଘନ ବୋମା ମାଡ କରୁଥିବାରୁ ଖାରକିଭର ଉତ୍ତର ଏବଂ ଦକ୍ଷିଣ ଜିଲ୍ଲାରେ ଲୋକଙ୍କୁ ସତର୍କତା ଅବଲମ୍ବ କରିବାକୁ କହିଛନ୍ତି । ୟୁକ୍ରେନୀୟ ସେନା ଦାବି କରିଛନ୍ତି ଯେ ଖାରକିଭ୍ ଅଞ୍ଚଳରୁ ରୁଷ ସୈନ୍ୟଙ୍କ କବଜାରୁ ୪ଟି ଗାଁକୁ ଉଦ୍ଧାର କରିଛନ୍ତି।  

Leave A Reply

Your email address will not be published.