ଆଜିଠୁ ୟୁରୋପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ୦୨/୦୫: ସୋମବାରଠୁ ୟୁରୋପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ମୋଦୀଙ୍କ ଚଳିତ ବର୍ଷର ପ୍ରଥମ ବିଦେଶ ଯାତ୍ରା । ସେ ଜର୍ମାନ, ଡେନମାର୍କ ଓ ଫ୍ରାନ୍ସ ଗସ୍ତ କରିବେ ବୋଲି ଜଣାପଡିଛି। ଏହି ଗସ୍ତବେଳେ ସେ ୮ ଜଣ ବିଦେଶୀ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାସହ ବିଭିନ୍ନ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ସେ ଗସ୍ତ କରୁଥିବା ଦେଶମାନଙ୍କରେ ଥିବା ଭାରତୀୟ ନାଗରିକଙ୍କୁ ବି ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ସମୁଦାୟ ଏହି ବିଦେଶ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ୬୫ ଘଣ୍ଟା ମଧ୍ୟରେ ୨୫ଟି ବୈଠକ ଓ କିଛି ବିଦେଶୀ ନେତାଙ୍କୁ ଭେଟିବେ । ୫୦ ରୁ ଅଧିକ ବିଶ୍ୱସ୍ତରୀୟ ବ୍ୟବସାୟୀଙ୍କ ସହ ବୈଠକ କରିବେ। ବିଦେଶ ଗସ୍ତରେ ଯିବା ପୂର୍ବରୁ ମୋଦୀ ଏକ ବିବୃତ୍ତି ଜାରି କରିଛନ୍ତି। କହିଛନ୍ତି, ‘ୟୁରୋପୀୟ ମିତ୍ରରାଷ୍ଟ୍ରମାନଙ୍କ ସହ ଶାନ୍ତି ଓ ସମୃଦ୍ଧି ସହଯୋଗିତା ସୁଦୃଢ଼ କରିବା ହେଉଛି ମୋ ଗସ୍ତର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.