ସୋସିଆଲ ମିଡିଆ ଷ୍ଟାର କିଲି ପଲଙ୍କ ଉପରେ ମରଣାନ୍ତକ ଆକ୍ରମଣ

ନୂଆଦିଲ୍ଲୀ ୦୨/୦୫:ସୋସିଆଲ ମିଡିଆ ଷ୍ଟାର କିଲି ପଲଙ୍କୁ ନେଇ ଆଶ୍ଚର୍ଯ୍ୟଜନକ ଖବର ଜଣାପଡିଛି । ରିପୋର୍ଟ ଅନୁଯାୟୀ, ତାଞ୍ଜାନିଆ ବାସିନ୍ଦା ବ୍ଲଗରଙ୍କ ଉପରେ କିଛି ଅଜ୍ଞାତ ବ୍ୟକ୍ତି ଛୁରୀରେ ଆକ୍ରମଣ କରିଛନ୍ତି । ଫଳରେ ସେ ଗୁରୁତର ଆହତ ହୋଇଛନ୍ତି । ସୋସିଆଲ ମିଡିଆରେ କିଲି ନିଜେ ତାଙ୍କ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି । ଫଟୋ ସେୟାର କରି ସେ ଏ ବିଷୟରେ ଜଣାଇଛନ୍ତି । ସୂଚନା ଥାଉକି, କିଲି ତାଙ୍କ ଡ୍ୟାନ୍ସ ଭିଡିଓ ଯୋଗୁଁ ବିଶ୍ୱବ୍ୟାପୀ ବେଶ୍ ଫେମସ ହୋଇଛନ୍ତି । କେବଳ ସାଧାରଣ ଜନତା ନୁହଁନ୍ତି ପିଏମ ମୋଦୀ ମଧ୍ୟ କିଲିଙ୍କ ଡ୍ୟାନ୍ସ ଦ୍ୱାର ବେଶ୍ ପ୍ରଭାବିତ ହୋଇଥିଲେ । ମନ କି ବାତ କାର୍ଯ୍ୟକ୍ରମରେ ତାଙ୍କର ଭୂରି ଭୂରି ପ୍ରଶଂସା କରିଥିଲେ । କିଲି କହିଛନ୍ତି ଯେ, ମୁଁ ଭିଡିଓ କରୁଥିଲା, ସେତିକିବେଳେ କିଛି ବ୍ୟକ୍ତି ମୋ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ ।

Leave A Reply

Your email address will not be published.