ବାରମ୍ବାର ଓ୍ୱାଇଡ୍ ଦେଉଥିଲେ ଅମ୍ପାୟାର, ରାଗିଗଲେ ସଞ୍ଜୁ ସାମସନ

ନୂଆଦିଲ୍ଲୀ,୦୨/୦୫:  ଆଇପିଏଲରେ ସୋମବାର ମୁହାଁମୁହିଁ ହୋଇଥିଲେ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ । ଏହି ମୁକାବିଲାକୁ କୋଲକାତା ୭ ଓ୍ୱିକେଟରେ ଜିତି ନେଇଥିଲା । ତେବେ ମ୍ୟାଚ୍ ଶେଷ ବେଳକୁ ପଡିଆରେ ବିବାଦର ସୂତ୍ରପାତ ହୋଇଥିଲା ।   ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ବିରୋଧ କରି ବାରମ୍ବାର ଅଭିଯୋଗ କରିଥିଲେ । ସୂଚନାନୁସାରେ, କୋଲକାତା ବ୍ୟାଟିଂ ବେଳେ ଅମ୍ପାୟାର ୩ ଥର ଓ୍ୱାଇଡ୍ ଦେଇଥିଲେ । ଯାହା ଦେଖି ସଞ୍ଜୁ ରାଗି ଯାଇଥିଲେ । ସେ ଲଗାତର ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ । ପ୍ରସିଦ୍ଧ କୃଷ୍ଣା ବୋଲିଂ କରୁଥିବା ବେଳେ ସବୁଠାରୁ ଅଧିକ ଏପରି ଘଟଣା ଘଟିଥିଲା । ୧୯ତମ ଓଭରରେ ରିଙ୍କୁ ସିଂ ବ୍ୟାଟିଂ କରୁଥିବା ବେଳେ ତୃତୀୟ ବଲକୁ ଅମ୍ପାୟାର ଓ୍ୱାଇଡ୍ ଦେଇଥିଲେ । ଏହାପର ବଲ ବି ଅମ୍ପାୟାର ଓ୍ୱାଇଡ୍ ଦେଇଥିଲେ । ସେହିପରି ଚତୁର୍ଥ ବଲକୁ ମଧ୍ୟ ଅମ୍ପାୟାର ଓ୍ୱାଇଡ୍ ବୋଲି କହିଥିଲେ । ବଲଟି ବ୍ୟାଟ ପାଖ ଦେଇ କିପରଙ୍କ ହାତକୁ ଯାଇଥିଲା । ଏହାପରେ ସଞ୍ଜୁ ରିଭ୍ୟୁ ନେଇଥିଲେ । ଯାହା ନଟଆଉଟ୍ ହୋଇଥିଲା । ଏପରିକି ଓଭରର ଶେଷ ବଲକୁ ମଧ୍ୟ ଅମ୍ପାୟାର ଓ୍ୱାଇଡ୍ ଦେଇଥିଲେ । ଏହା ଦେଖି ସଞ୍ଜୁ ରାଗି ଯାଇଥିଲେ । ସେ ଅମ୍ପାୟାରଙ୍କ ପାଖକୁ ଯାଇ ପ୍ରଶ୍ନ ପଚାରିଥିଲେ  । ଅମ୍ପାୟାର ବୁଝାଇଲା ପରେ ହିଁ ସଞ୍ଜୁ ଆସିଥିଲେ । ତେବେ ପ୍ୟାଭିଲିୟନରେ ବସିଥିବା ଦର୍ଶକ ଚିଟର ଚିଟର ନାରା ଲଗାଉଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.