ବରିଷ୍ଠ ବିଜେପି ନେତାଙ୍କ ମୃତ୍ୟୁ

ମହାକାଳପଡା ୦୪/୦୫: ମହାକାଳପଡା ବରିଷ୍ଠ ବିଜେପି ନେତା ବିଜୟ ପ୍ରଧାନଙ୍କ ଦେହାନ୍ତ । ସୋମବାର ସଂଧ୍ୟାରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ମଙ୍ଗଳବାର ଦିନ ପ୍ରଚାର ହେବା ପରେ ମହାକାଳପଡା ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।୧୯୪୯ ମସିହାରେ ମହାକାଳପଡା ବ୍ଲକର ଭିତର ଷୋବଳା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ବିଜୟ ପ୍ରଧାନ । କେନ୍ଦ୍ରାପଡା କଲେଜରୁ ବି ଏ ପାସ କରିବା ପରେ ତତ କାଳିନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଙ୍କ ଆର୍ଦଶରେ ଅନୁପ୍ରାଣିତ ହୋଇ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ଏକଦା ତତ କାଳିନ ମୁଖ୍ୟମନ୍ତ୍ରୀ ଜାନକି ବଲ୍ଲଭ ପଟ୍ଟନାୟକଙ୍କ ଏକା ଅନୁଗତ୍ୟ ପ୍ରିୟଭାଜନ ଥିଲେ । ରାଜନଗର ନିର୍ବ।ଚନ ମଣ୍ଡଳିରୁ ୧୯୮୫,୧୯୯୦,୨୦୦୦, ମସିହାରେ ଜାତୀୟ କଂଗେସରୁ ପ୍ରାର୍ଥୀ ହୋଇଥିଲେ । ସ୍ୱର୍ଗତଃ ନଳିନୀ ମାହିଙ୍କ ଠାରୁ ପରାଜୟ ବରଣ କରିଥିଲେ । ବିଜୟ ରାଜନୀତି ଜୀବନରେ ସଂଘର୍ଷମୟ ଥିଲା । ବାରମ୍ବାର ପରାଜୟ ବରଣ କରି ମଧ୍ୟ ଜନସାଧାରଣଙ୍କ ସେବା ନିଜର ବ୍ରତ କରି ଲୋକଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ । ପୁଣି ଚତୁର୍ଥ ଥର ପାଇଁ ୨୦୨୯ରେ ବିଜେପି ଦଳରେ ଯୋଗ ଦେଇ ମହାକାଳପଡା ନିର୍ବ।ଚନ ମଣ୍ଡଳିରୁ ପ୍ରାର୍ଥୀ ହୋଇ ବିଧାୟକ ଅତନୁ ସବ୍ୟାସଚି ନାୟକଙ୍କ ଠାରୁ ପରାଜୟ ବରଣ କରିଥିଲେ । ବିଜୟଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ପାର୍ଥୀବ ଶରିରକୁ ବିରାଟ ଶୋଭା ଯାତ୍ରାରେ ମହାକାଳପଡା ନିର୍ବ।ଚନ ମଣ୍ଡଳିର ବିଭିନ୍ନ ଗାଁ ପରିକ୍ରମା କରାଯାଥିଲା । ସ୍ଥାନିୟ ବିଧାୟକ ଅତନୁ ସବ୍ୟସାଚି ନାୟକ, ମହାକାଳପଡା ଠାରେ ପୁଷ୍ପ ମାଳ ଦେଇ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ତାଙ୍କ ବିୟୋଗରେ ମହାକାଳପଡା ଅଂଚଳରେ ଜଣେ ଲଢୁଆ ପୁଅକୁ ହରାଇଛି । ତାଙ୍କ ଆର୍ଦଶ ସମସ୍ତ ଙ୍କ ପାଇଁ ଅନୁକରଣିୟ ହୋଇ ରହିବେ ।

Leave A Reply

Your email address will not be published.