ଯୋଧପୁର ହିଂସା ଘଟଣାରେ ୯୭ ଗିରଫ

ଯୋଧପୁର: ରାଜସ୍ଥାନ ଯୋଧପୁର ହିଂସା ଘଟଣାରେ ଏପର୍ଯ୍ୟନ୍ତ ୯୭ ଜଣଙ୍କୁ ଗିରଫ କରାଯାଇଛି। ଗତକାଲି ଇଦ୍‌ରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟଙ୍କ ହୋମ୍‌ ଟାଉନ୍‌ରେ ଯୋଧପୁରରେ ଦୁଇଟି ମମ୍ପ୍ରଦାୟ ମଧ୍ୟରେ ହିଂସା ହୋଇଥିଲେ। ଏଥିରେ ଅନେକ ଲୋକ ଆହତ ହୋଇଥିଲେ। ଶେଷରେ ପୁଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା। ବର୍ତ୍ତମାନ ବି ଉକ୍ତ ସ୍ଥାନରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି। ଏଥିପାଇଁ ମାମଲାରେ ଯୋଧପୁରର ଅନେକ ସ୍ଥାନରେ କର୍ଫ୍ୟୁ ଲାଗି ରହିଛି। ଯୋଧପୁର ସମେତ ଉଦୟ ମନ୍ଦିର ଏବଂ ନଗୋରୀ ଗେଟ୍ ଆଦିରେ କର୍ଫ୍ୟୁ ଲାଗି ରହିଥିବା ବେଳେ ଗୁଜବ ରୋକିବାକୁ ଉକ୍ତ ଅଞ୍ଚଳରେ ଇଣ୍ଟରନେଟ୍ ସସ୍‌ପେଣ୍ଡ କରିଦିଆଯାଇଛି। ସୋମବାର ବିଳମ୍ବିତ ରାତିରେ ଜଲଗୋରୀ ଗେଟ୍‌ ସାରକଲର୍‌ରେ ଇଦ ପତାକା ଲଗାଇବାକୁ ନେଇ ହିଂସା ହୋଇଥିଲା। ଏଥିରେ ୫ ପୁଲିସକର୍ମୀ ଆହତ ହୋଇଥିଲେ। ହିଂସା ରୋକିବାକୁ ପୁଲିସ ଟିୟର ଗ୍ୟାସ୍ ସହିତ ବାଟନ୍ସ ମାଡ଼ କରିଥିଲା। ଯୋଧପୁରରେ ୩ ଦିନ ଧରି ପର୍ଶୁରାମ ଜୟନ୍ତୀ ପାଳନକୁ ନେଇ ହିଂସା ହୋଇଥିଲା।   ଅନ୍ୟପଟେ ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ବିଜେପିକୁ ଦାୟୀ କରିଛନ୍ତି। ଏହି ହିଂସାରେ ବିଜେପିର ହାତ ରହିଛି ବୋଲି ଅଶୋକ ଗେହେଲୋଟ କହିଛନ୍ତି। ଏନ୍‌ଡିଟିଭିକୁ ସାକ୍ଷାତକାର ଦେଇ ସେ କହିଛନ୍ତି “ବେରୋଜଗାରୀ ଓ ମହଙ୍ଗା ପରିସ୍ଥିତି ବହୁତ ବଢ଼ିଯାଇଛି। ସେମାନେ ଏହାକୁ ନିୟନ୍ତ୍ରଣ କରିପାରୁ ନାହାଁନ୍ତି। ତେଣୁ ସେମାନେ ଜାଣିଶୁଣି ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଏପରି କରୁଛନ୍ତି। ” ସୂଚନା ଥାଉକି କିଛି ସପ୍ତାହ ହେଲା ଦେଶର ବିଭିନ୍ନ ରାଜ୍ୟରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଦିଲ୍ଲୀ , ଗୁଜୁରାଟ ଓ ମଧ୍ୟପ୍ରଦେଶରେ ହିଂସା ଦେଖିବାକୁ ମିଳିଛି।  

Leave A Reply

Your email address will not be published.