ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ

ପୁରୀ ୦୯।୦୫ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଓ ସେ ସମ୍ବନ୍ଦୀୟ ଦାୟର ଜନସ୍ବାର୍ଥ ମାମଲା ଉପରେ ଆଜି ଶୁଣାଣି କରିବେ ହାଇକୋର୍ଟ । ୭ ତାରିଖ ସୁଦ୍ଧା ପରିକ୍ରମା ପ୍ରକଳ୍ପ ସମ୍ପର୍କିତ ରିପୋର୍ଟ ଦାଖଲ କରିବା ଲାଗି ଏଏସଆଇକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଖବର ଅନୁଯାୟୀ,  ପରିକ୍ରମା ପ୍ରକଳ୍ପକୁ ଚ୍ୟାଲେଞ୍ଜ କରି ପୁରୀ ନିବାସୀ ଦିଲ୍ଲୀପ ବରାଳ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି । ଏଥିରେ ପକ୍ଷଭୁକ୍ତ ହେବା ଲାଗି ଆଉ ଜଣେ ବ୍ୟକ୍ତି ମଧ୍ୟ ଇଣ୍ଟର୍ ଭେନିଂ ପିଟିସନ ଦାଖଲ କରିଛନ୍ତି । ଉଭୟ ପିଟିସନର ମୂଳ ବିଷୟ ହେଉଛିକି ଶ୍ରୀମନ୍ଦିରର ନିଶିଦ୍ଧାଞ୍ଚଳର ଶହେ ମିଟର ଭିତରେ ନିର୍ମାଣ କାମ ଚାଲିଛି  । ଯାହା ବେଆଇନ , ଏହାଦ୍ବାରା ଶ୍ରୀମନ୍ଦିର ପ୍ରତି ବିପଦ ଥିବା ଆବେଦନକାରୀମାନେ କୋର୍ଟଙ୍କୁ ଦର୍ଶାଇଛନ୍ତି । ତେବେ ଗତ ୮ ତାରିଖରେ ମାମଲାର ପ୍ରାରମ୍ଭିକ ଶୁଣାଣି ହୋଇଥିଲା । ଉଭୟେ ରାଜ୍ୟ ସରକାର ଏବଂ ଏଏସଆଇ କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ ଜବାବ୍ ତଲବ କରିବା ସହ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ କି ପ୍ରକାର ନିର୍ମାଣ କାର୍ଯ୍ୟ ଚାଲିଛି । ସେଥିପାଇଁ କାହାର ଅନୁମତି ଲୋଡ଼ାଯାଇଛି ଏବଂ ନିର୍ମାଣ କାର୍ଯ୍ୟ ଲାଗି ଶ୍ରୀମନ୍ଦିର ପ୍ରତି ବିପଦ ଅଛି କି ନାହିଁ , ତା ଉପରେ ରିପୋର୍ଟ ଦାଖଲ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ଥିଲା ।ପରେ ଏପ୍ରିଲ ୨୧ ତାରିଖରେ ଏଏସଆଇ ପକ୍ଷରୁ ରିପୋର୍ଟ ଦାଖଲ ପାଇଁ ସମୟ ଲୋଡ଼ାଯାଇଥିଲା । ଯାହାକୁ ହାଇକୋର୍ଟ ମଞ୍ଜୁରୀ ଦେଇଛନ୍ତି , ଏବଂ ମେ ୭ ତାରିଖ ଭିତରେ ପରିକ୍ରମା ପ୍ରକଳ୍ପ ବାବଦରେ ବିସ୍ତୃତ ବିବରଣୀ ସହ ସତ୍ୟପାଠ ଦାଖଲ କରିବାକୁ ଏଏସଆଇ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଆଜି ଏହି ପ୍ରତିକ୍ଷୀତ ମାମଲାର ଶୁଣାଣି କରିବେ ହାଇକୋର୍ଟ । ଏଏସଆଇ ତାର ରିପୋର୍ଟରେ କଣ ଉଲ୍ଲେଖ କରିଛି , ଏବଂ ହାଇକୋର୍ଟ ଆଜି କୌଣସି ଅନ୍ତରୀଣ ଆଦେଶ ଦେଇଛନ୍ତି ନା ନାହିଁ । ତାହା ଉପରେ ସମସ୍ତଙ୍କ ନଜର ରହିବ ।

Leave A Reply

Your email address will not be published.