ହାତୀ ଆକ୍ରମଣରେ ନାବାଳକ ଆହତ

ଦେବଗଡ ୦୯/୦୫ : ଦେବଗଡରେ ଥମୁନି ହାତୀ ଉପଦ୍ରବ । ଗତ କିଛି ଦିନ ହେବ ଏଠାରେ ଉପଦ୍ରବ କରୁଛନ୍ତି ହାତୀପଲ । ରବିବାର ଏଠାରେ ଜଣେ ନାବାଳକ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ଫଳଲେ ନାବାଳକ ଜଣଙ୍କ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବାରକୋଟ ଥାନା ଅନ୍ତର୍ଗତ ଜରିଚାକୁଣ୍ଡାପାଳ ଗ୍ରାମର ଘଟଣା ପରେ ସବୁଠି ଭୟର ବାତାବରଣ ଖେଳିଯାଇଛି । ମେଳା ଦେଖି ଘରକୁ ଫେରିବା ସମୟରେ ଆକ୍ରମଣ କରିଥିଲା ହାତୀ । ଆହତ ହେଲେ ଯୁଗଳ ନାୟକଙ୍କ ପୁଅ ଆଲୋକ ନାୟକ । ଚିକିତ୍ସା ପାଇଁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ।

Leave A Reply

Your email address will not be published.