ଡିଭାଇଡର ଉପରେ ଚଢିଗଲା ବସ 

ବାଙ୍ଗାଲୋର ୦୯/୦୫: ଭୟଙ୍କର ବସ ଦୁର୍ଘଟଣା । ୨୫ ଜଣ ଆହତ ଓ ୪ ଗୁରୁତର । ଏପରି ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକରେ । ଏକ ସରକାରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ, ରବିବାର ସନ୍ଧ୍ୟାରେ କେଏସଆରଟିସିର ଏକ ବସ ୪୫ରୁ ଅଧିକ ଯାତ୍ରୀଙ୍କୁ ନେଇ ମାଡିକେରୀରୁ ବାହାରିଥିଲା। ତେବେ  କେଙ୍ଗେରୀ ପୋଲିସ ଷ୍ଟେସନ ପାଖରେ ବସଟି ଭାରସାମ୍ୟ ହରାଇଥିଲା । ଏହା ରାସ୍ତା କଡରେ ଥିବା ଏକ ଡିଭାଇଡର ଉପରେ ଚଢିଯାଇଥିଲା । ଫଳରେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଦୁର୍ଘଟଣାର ଖବର ପ୍ରଥମେ ସ୍ଥାନୀୟ ଲୋକେ ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା  । ତୁରନ୍ତ ଆହତ ଓ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।  ତେବେ କଣ ପାଇଁ ଡ୍ରାଇଭର ଭାରସାମ୍ୟ ହରାଇଥିଲେ ସେନେଇ ତଦନ୍ତ ଚାଲିଥିବା ଓ୍ୱେଷ୍ଟ୍ ବେଙ୍ଗାଲୁରୁ ଡିସିପି ସଞ୍ଜିବ ପତି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.