ଦିଲ୍ଲୀରେ ରାଜ୍ୟ କଂଗ୍ରେସର ୧୭ ନେତା, ରାହୁଲଙ୍କ ସହ କରିବେ ୱାନ-ଟୁ-ୱାନ୍ ବୈଠକ

ଭୁବନେଶ୍ୱର ୦୯।୦୫:  ଦିଲ୍ଲୀରେ ଡେରା ପକାଇଛନ୍ତି ରାଜ୍ୟ କଂଗ୍ରେସ ବିଧାୟକ ଏବଂ ଛାମୁଆ ନେତା । ସୋମବାର ରାହୁଲ ଗାନ୍ଧୀଙ୍କ ସହ ୱାନ ଟୁ ୱାନ୍ ବୈଠକ କରିବେ ୧୭ ନେତା । ରାଜ୍ୟ କଂଗ୍ରେସ ସଂଗଠନ ସଜାଡିବା ପ୍ରସଙ୍ଗରେ ମାନସ ମନ୍ଥନ ହେବ । ଏଥିସହ ନୂଆ ପିସିସି ସଭାପତି ନେଇ ଚୂଡାନ୍ତ ଫଇସଲା ହେବାର ସମ୍ଭାବନା ରହିଛି । ଏଥିପାଇଁ ୯ ବିଧାୟକ, ୩ ପୂର୍ବତନ ପିସିସି ସଭାପତି ଏବଂ ଅନ୍ୟ ବରିଷ୍ଠ ନେତା ଦିଲ୍ଲୀ ଯାଇଛନ୍ତି । ୨୦୨୪ ନିର୍ବାଚନ ରଣନୀତି ଏବଂ ସଂଗଠନକୁ କିପରି ମଜବୁତ୍ କରାଯିବ ସେ ନେଇ ଆଲୋଚନା ହେବ । ପିସିସି ସଭାପତି ପରିବର୍ତ୍ତନ ନେଇ ଆଜି ଚୂଡ଼ାନ୍ତ ନିଷ୍ପତ୍ତି ହୋଇଯିବ ବୋଲି ନିରଞ୍ଜନ ସଙ୍କେତ ଦେଇ ସାରିଛନ୍ତି । ପିସିସି ପରିବର୍ତ୍ତନ ହେବା ଆବଶ୍ୟକ ଥିବାରୁ ସେ ଇସ୍ତଫା ଦେଇଥିବା ନିରଞ୍ଜନ କହିଛନ୍ତି । ଆଜି କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ମଧ୍ୟ ରହିଛି।

Leave A Reply

Your email address will not be published.