ନିର୍ବାଚନ ମୈଦାନରେ ଏଣ୍ଟ୍ରି ମାରିବେ ଏହି ଖେଳାଳି

ହିମାଚଳ ପ୍ରଦେଶ ୧୦/୦୫: ଚଳିତବର୍ଷ ଶେଷ ଆଡକୁ ଅନୁଷ୍ଠିତ ହେବ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ । ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲାଣି ଭାରତୀୟ ଜନତା ପାର୍ଟି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୧୨ ରୁ ୧୫ ପର୍ଯ୍ୟନ୍ତ ଧର୍ମଶାଳାରେ ଅନୁଷ୍ଠିତ ହେବାକୁ ଯାଉଛି ବିଜେପିର ଯୁବମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟସମିତି । ତେବେ ଏହି କାର୍ଯ୍ୟକ୍ରମରେ ଦଳର ରାଷ୍ଟ୍ରୀୟ ନେତୃତ୍ୱଙ୍କ ସହ ହିମାଚଳ ପ୍ରଦେଶର ଅନେକ ହେବିଓ୍ୱେଟ ନେତା ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି । ଆହୁରି ଏକ ଆଶ୍ଚର୍ଯ୍ୟ ଘଟଣା ହେଉଛି ଭାରତୀୟ କ୍ରିକେଟ ଟିମର ପୂର୍ବତନ ବ୍ୟାଟ୍ସମ୍ୟାନ ତଥା ବର୍ତ୍ତମାନର କୋଚ୍ ରାହୁଲ ଦ୍ରାବିଡ ବୈଠକରେ ଯୋଗ ଦେବା ନେଇ ଚର୍ଚ୍ଚା ଜୋର ଧରିଛି । ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ଯୁବକମାନଙ୍କୁ ଦଳପ୍ରତି ଆକୃଷ୍ଟ କରିବାକୁ ବିଜେପି ଚେଷ୍ଟା କରୁଥିବା କୁହାଯାଉଛି । ଧର୍ମଶାଳାରେ ବିଜେପି ଯୁବ ମୋର୍ଚ୍ଚାର ଏହି କାର୍ଯ୍ୟକ୍ରମରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଙ୍କ ସହ ଅନେକ କେନ୍ଦ୍ରମନ୍ତ୍ରୀ ଯୋଗଦେବେ ବୋଲି ଧର୍ମଶାଳା ବିଧାୟକ ବିଶାଲ ନହେରିଆ ସୂଚନା ଦେଇଛନ୍ତି । ନହେରିଆ କହିଛନ୍ତି କି ଏହି କାର୍ଯ୍ୟକ୍ରମରେ ପୂର୍ବ କ୍ରିକେଟର ରାହୁଲ ଦ୍ରାବିଡ ଯୋଗଦେବେ । କାରଣ ତାଙ୍କର ସଫଳତାର ସନ୍ଦେଶ ଦେଶର ଯୁବପୀଢିଙ୍କୁ ରାଜନୀତି ସମେତ ଅନ୍ୟ କ୍ଷେତ୍ରରେ ବିନିଯୋଗ କରି ବିଜେପି ଆଗକୁ ବଢିବ ବୋଲି ସେ କହିଛନ୍ତି । ଏହା ଜଣାପଡିବା ପରେ ରାହୁଲ ଦ୍ରାବିଡ ବିଜେପିରେ ସାମିଲେ ହେବେ ବୋଲି ଚର୍ଚ୍ଚା ହେଉଛି । ଖୁବଶୀଘ୍ର ଏନେଇ କିଛି ଘୋଷମା ହୋଇପାରେ ବୋଲି ଜଣାପଡିଛି । ସୂଚନା ଥାଉକି ହିମାଚଳ ପ୍ରଦେଶର ୬୮ ବିଧାନସଭା ପାଇଁ ଚଳିତ ବର୍ଷ ଶେଷ ସୁଦ୍ଧା ନିର୍ବାଚନ ହେବାକୁ ଥିବା ବେଳେ ଆସନ୍ତା ବର୍ଷ କର୍ଣ୍ଣାଟକର ୨୨୪ ବିଧାନସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି ।

Leave A Reply

Your email address will not be published.