ପରଟା ଭିତରୁ ବାହାରିଲା ସାପ ଛାଲ

ନୂଆଦିଲ୍ଲୀ ୧୦/୦୫ : କେତେବେଳେ ସିଙ୍ଗଡା ଟଏଲେଟ୍‌ରେ ପ୍ରସ୍ତୁତ ହେଉଛି ତ କେତେବେଳେ ଖାଦ୍ୟରୁ ମଲା ଝିଟିପିଟି ବାହାରୁଛି। ଏମିତି ଅନେକ ଖବର ବିଗତ ଦିନ ମାନଙ୍କରରେ ସାମ୍ନାକୁ ଆସିଛି। ଯାହାକୁ ନେଇ ଅସନ୍ତୋଷ ହେବା ସହ କାଦ୍ୟ ସୁରକ୍ଷା ଉପରେ ପ୍ରଶ୍ନ ଉଠାଯାଇଛି। ବାହାରକୁ କେଉଁଆଡେ ଯାତ୍ରା କରିବା ସମୟରେ ଲୋକେ ଖାଦ୍ୟ ପାର୍ସଲ ଆଣନ୍ତି। ଏ ସମୟରେ ଅନେକ ଥର ମଲା ଜୀବ ବାହାରିବା ଦେଖାଯାଏ। ସେଥିପାଇଁ ଖାଦ୍ୟରେ ସ୍ବଚ୍ଛତା ଏବେକାର ଏକ ବଡ ଚ୍ୟାଲେଞ୍ଜ। ନିକଟରେ ଜଣେ ମହିଳା ମଗାଇଥିବା ଖାଦ୍ୟରୁ ସାପ ଛାଲ ବାହାରିଛି। ପରଟା ଭିତରେ ସାପ ଛାଲ ଦେଖି ମହିଳା ଜଣଙ୍କ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କେରଲର ଜଣେ ମହିଳା ପ୍ରିୟାଙ୍କ କ୍ଷେତ୍ରରେ ଏମିତି କିଛି ଘଟିଛି। କେରଲ ଚନ୍ଦମୁଖର ଏକ ରେଷ୍ଟୁରାଣ୍ଟରୁ ସେ ପରଟା ପାର୍ସଲ ଆଣିଥିଲେ। ପରଟା ଖାଇବା ପାଇଁ ଯେତେବେଳେ ପାର୍ସଲ ଖୋଲିଥିଲେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପର୍ସଲ ଭିତରେ ପରଟା ସହ ଥିଲା ମଲା ସାପ ଛାଲ। ଯାହାକୁ ଦେଖିବା ପରେ ସେ କ୍ଷୁବ୍ଧ ହୋଇଯାଇଥିଲେ। ଏ ସମ୍ପର୍କରେ ସେ ପୋଲିସ୍‌ ସହ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ଜଣାଇଥିଲେ। ଅଧକାରୀ ମାନେ ଖାଦ୍ୟ ଯାଞ୍ଚ କରିବା ଏବଂ ରେଷ୍ଟୁରାଣ୍ଟରେ ଚଢାଉ କରିବା ପରେ ଜଣାପଡିଛି ଯେ, ରେଷ୍ଟୁରାଣ୍ଟରେ ଖାଦ୍ୟ ପ୍ରସ୍ତୁତ ହେଉଥିବା ସ୍ଥାନରେ ଠିକ୍‌ ଭାବେ ଲାଇଟ୍‌ ପହଞ୍ଚୁନଥିଲା। ଯେଉଁଥିପାଇଂ କମ୍‌ ଆଲୋକରେ ରୋଷେଇ କରୁଥିଲେ ରୋଷେୟା। କମ୍‌ ଆଲୋକ ପାଇଂ ଏଭଳି କିଛି ଘଟିଥିବା ଅନୁମାନ କରାଯାଉଛି। ଏବେ ଏହି ରେଷ୍ଟୁରାଣ୍ଟକୁ ଖାଦ୍ୟ ସୁରକ୍ଷା ଅଧିକାରୀ ମାନଙ୍କ ଦ୍ୱାରା ବନ୍ଦ କରାଯାଇଛି। ସାପ ଛାଲ ପେପରରେ ରହିଯାଇଥିବାର ମଧ୍ୟ ସନ୍ଦେହ କରାଯାଉଛି।

Leave A Reply

Your email address will not be published.