ହକି ବିଶ୍ବକପ୍‌ ପୂର୍ବରୁ ଅଭ୍ୟାସ୍‌ ମ୍ୟାଚ୍‌ର ମଜାନେବେ ଜିଲ୍ଲାବାସୀ

ରାଉରକେଲା: ପୁରୁଷ ହକି ବିଶ୍ବକପ୍‌ ଆସନ୍ତା ଜାନୁଆରୀ ମାସରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ବିପିୟୁଟି ପରିସରରେ ନିର୍ମାଣାଧୀନ ଦେଶର ସର୍ବବୃହତ ଅତ୍ୟାଧୁନିକ ହକି ଷ୍ଟାଡିୟମରେ ଖେଳାଯିବ। ରାଉରକେଲାର ଏହି ଷ୍ଟାଡିୟମରେ ନିର୍ଦ୍ଦିଷ୍ଟ କେତୋଟି ମ୍ୟାଚ୍‌ ଆୟୋଜନ ହେବ, ଏଯାଏଁ ଅସ୍ପଷ୍ଟ। ତେବେ ବିଶ୍ବକପ୍‌ ମ୍ୟାଚ୍‌ ପୂର୍ବରୁ ଏଠାରେ ୨/୩ଟି ଅଭ୍ୟାସ ଖେଳାଯିବା ଏକ ପ୍ରକାର ଥୟ। ସମ୍ଭବତଃ ଭାରତୀୟ ହକି ଦଳ ଓ ଅନ୍ୟ ଏକ ବିଦେଶୀ ଦଳ ମଧ୍ୟରେ ଏହି ଅଭ୍ୟାସ ମ୍ୟାଚ୍‌ ଖେଳାଯିବ। ଏନେଇ କିନ୍ତୁ ଆନୁଷ୍ଠାନିକଭାବେ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ଆନୁଷ୍ଠାନିକ ଘୋଷଣା କରାଯାଇନି। ସଂପ୍ରତି ଏହି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ବେଗ ଧରିଛି। ଆସନ୍ତା ଅକ୍ଟୋବର ସୁଦ୍ଧା ଏହା ସମ୍ପନ୍ନ ହେବ। ଏହାପରେ ଅନ୍ତର୍ଜାତୀୟ ହକି ମହାସଂଘ(ଏଫ୍‌ଆଇଏଚ୍‌)ର ପ୍ରତିନିଧି ଦଳ ରାଉରକେଲାରେ ପହଞ୍ଚି ଷ୍ଟାଡିୟମର ସ୍ଥିତାବସ୍ଥା ଅନୁଧ୍ୟାନ କରିବାସହ ସମୀକ୍ଷା କରିବେ। ଏଫ୍‌ଆଇଏଚ୍‌ର ସବୁଜ ସଙ୍କେତ ମିଳିବାପରେ ବିଶ୍ବକପ୍‌ ପୂର୍ବରୁ ଏହି ନବନିର୍ମିତ ଷ୍ଟାଡିୟମରେ ଅଭ୍ୟାସ ମ୍ୟାଚ୍‌ ଖେଳାଯିବ।

Leave A Reply

Your email address will not be published.