ଜୋରସୋରରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ

ପୁରୀ ୧୬/୦୫: ପାଖେଇ ଆସୁଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଚଳଚଞ୍ଚଳ ଶ୍ରୀକ୍ଷେତ୍ର ରଥଖଳା । ଯନ୍ତାଗାଡ଼ରେ ସିଙ୍ଗଡ଼ା ବାଡ଼ିଆ ବା ତୁମ୍ବ ବିନ୍ଧରେ ଅର ସଂଯୋଗ କାର୍ଯ୍ୟ ଅନୁକୂଳ ହୋଇଛି। ଭୋଇ ସେବକମାନେ ମନ୍ଦିର କାର୍ଯ୍ୟାଳୟ ପାଖରେ ଥିବା ମା’ ଚର୍ଚ୍ଚିକାଙ୍କ ପାଖରେ ପୂଜାର୍ଚ୍ଚନା କରିବା ପରେ ତୁମ୍ବ ଉପରେ ଶ୍ରୀଫଳ ଓ ମାହାର୍ଦ୍ଦ ରଖି ସିଙ୍ଗଡ଼ା ବାଡ଼ିଆ ଅନୁକୂଳ କରିଛନ୍ତି । ସେପଟେ ୧୩ ଦିନରେ ପହଞ୍ଚିଛି ରଥ ନିର୍ମାଣ । ବିଶ୍ବକର୍ମା ମହାରଣାମାନେ ତୁମ୍ବରେ ବିନ୍ଧ କାର୍ଯ୍ୟ ସାରିବା ପରେ ଅର ସଂଯୋଗ ପ୍ରକ୍ରିୟା ବା ସିଙ୍ଗଡ଼ା ବାଡ଼ିଆ କାମ ଅନୁକୂଳ ହୋଇଛି । ମହାରଣା ସେବକମାନେ ଅର ସାଲ କରି ଭୋଇ ସେବକଙ୍କୁ ଯୋଗାଇ ଦେବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ଜନ୍ତାଗାଡରେ ସିଙ୍ଗଡ଼ା ବାଡେଇ ଚକ ନିର୍ମାଣ ପ୍ରକ୍ରିୟା ଆଗେଇଛି । ପ୍ରତି ରଥ ପାଇଁ ଯୋଗାଇ ଦିଆଯାଇଥିବା ୧୬ଟି ଲେଖାଏଁ ଅର ପଟାରେ ରଥ ନାହାକା ଚକ ପ୍ରସ୍ତୁତ ହୋଇଥାଏ। ସେହିପରି ସିଙ୍ଗଡ଼ା ବାଡ଼ିଆ ସହ ରଥର ଗୁଜ, କୁଡୁକା ଓ ଜଳଯନ୍ତ୍ର କାର୍ଯ୍ୟ ମଧ୍ୟ ଜାରି ରହିଛି ।

Leave A Reply

Your email address will not be published.