ଆଉ ଜଣେ ଅଭିନେତ୍ରୀଙ୍କ ଆତ୍ମହତ୍ୟା ! ଘରୁ ମିଳିଲା ଝୁଲନ୍ତା ମୃତଦେହ

କୋଲକାତା ୧୬।୦୫ : ଆଉ ଜଣେ ଚର୍ଚ୍ଚିତ ଅଭିନେତ୍ରୀଙ୍କ ମୃତ୍ୟୁ । ନିଜ ଘର ଭିତରୁ ମିଳିଛି ଝୁଲନ୍ତା ମୃତଦେହ । ମୃତ ଅଭିନେତ୍ରୀଙ୍କ ନାମ ପଲ୍ଲବୀ ଦେ । ସେ ବଙ୍ଗଳା ଟେଲି ଇଣ୍ଟଷ୍ଟ୍ରିର ଜଣେ ଚର୍ଚ୍ଚିତ ଚେହେରା । ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, କୋଲକାତା ସ୍ଥିତ ପଲ୍ଲବୀ ଦେବଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଥିଲା । ଏହାପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ପୋଲିସର ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଜଣାପଡିଛି । ସେହିପରି ପୋଲିସ ତଦନ୍ତରୁ ଆହୁରୀ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସିଛି । ଯେପରି କି ପଲ୍ଲବୀଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ କି ତାଙ୍କ ଘରୁ କୌଣସି ସୁଇସାଇଡ଼ ନୋଟ ମଧ୍ୟ ମିଳିନାହିଁ । ତେବେ ସେ ଆତ୍ମହତ୍ୟା କଲେ କଣ ପାଇଁ , ସେନେଇ ଛାନ୍‌ଭିନ୍‌ କରୁଛି ପୋଲିସ ।ସେପଟେ ପୋଲିସ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି । ରିପୋର୍ଟ ଆସିବା ପରେ ଅନେକ ରହସ୍ୟ ଉପରୁ ପରଦା ହଟିପାରିବ । ସେପଟେ ପଲ୍ଲବୀଙ୍କ ମୃତ୍ୟୁ ଖବର ଶୁଣି ପୁରା ବଙ୍ଗଳା ସିନେ ଓ ଟେଲି ଇଣ୍ଟଷ୍ଟ୍ରି ଶୋକ ଜାହିର କରିଛନ୍ତି । ଏପିରିକି ତାଙ୍କ ସାଥୀ କଳାକାରମାନ ବହୁତ ଦୁଃଖ ଅନୁଭୁବ କରିଛନ୍ତି । ଦୁଇ ଦିନ ତଳେ ପଲ୍ଲବୀଙ୍କ ସହ ଏକ ସିରିଏଲ୍‌ର ସୁଟିଂ ସାରିଥିବା ଅଭିନେତା କହିଛନ୍ତି ଯେ, ଏହି ଖବର ଶୁଣି ମୁଁ ବହୁତ ଦୁଃଖିତ, ୧୨ ମଇକୁ ଏକ ସିରିୟଲ ପାଇଁ ଉଭୟ ସୁଟିଂ ମଧ୍ୟ କରିଥିଲୁ । ବଙ୍ଗଳା ଟେଲିଂ ଇଣ୍ଟଷ୍ଟ୍ରିରେ Mon Mane Na ସିରିୟଲଟି ପଲ୍ଲବୀଙ୍କୁ ଘରେ ଘରେ ପରିଚିତ କରିଥିଲା ।

Leave A Reply

Your email address will not be published.