ଭୁଲ ସ୍ୱୀକାର କଲେ ଧୋନୀ

ନୂଆଦିଲ୍ଲୀ ୧୬/୦୫:  ଚେନ୍ନାଇ ସୁପର କିଙ୍ଗସ ରବିବାର ଗୁଜୁରାଟ ଟାଇଟନ୍ସଠୁ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଏହି ମୁକାବିଲାରେ ଗୁଜୁରାଟ ଚେନ୍ନାଇକୁ ୭ ଓ୍ୱିକେଟରେ ମାତ୍ ଦେଇଥିଲା । ତେବେ ଏହି ପରାଜୟ ପରେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଭୁଲ ସ୍ୱୀକାର କରିଛନ୍ତି । ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଏହା ସଠିକ ନିଷ୍ପତ୍ତି ନଥିଲା ବୋଲି ଧୋନୀ ମାନିଛନ୍ତି । ଧୋନୀ କହିଛନ୍ତି ଯେ, ପ୍ରଥମେ ବ୍ୟାଟିଂ କରିବା ଆଦୌ ଠିକ୍ ନିଷ୍ପତ୍ତି ନଥିଲା । କାରଣ ବଲ ବ୍ୟାଟକୁ ଆସୁନଥିଲା । ତେଣୁ ବ୍ୟାଟସମ୍ୟାନମାନେ ନାନା ସମସ୍ୟାର ସାମ୍ନା କରିଥିଲେ । ଦ୍ୱିତୀୟ ପାଳିରେ ବଲ ସହଜରେ ବ୍ୟାଟକୁ ଆସୁଥିଲା । ସେ ଆହୁରି କହିଛନ୍ତି ଯେ, ସାଇ ଭଲ ବୋଲିଂ କରିଥିଲେ । ସେମାନେ ଶିବମ ଦୁବେଙ୍କୁ ପୂର୍ବରୁ ବ୍ୟାଟିଂ ପାଇଁ ପଠାଇବା ଦରକାର ଥିଲା । କିନ୍ତୁ ସେମାନେ ଜଗଦିଶନ ଅଧିକ ସମୟ କ୍ରିଜରେ ବିତାନ୍ତୁ ବୋଲି ଯୋଜନା ରଖିଥିଲେ । ଏହାସହ ସେ ଶ୍ରୀଲଙ୍କା ବୋଲର ମଥିଶା ପଥିରାନାଙ୍କ ପ୍ରଶଂସା ମଧ୍ୟ କରିଥିଲେ । ସୂଚନାଯୋଗ୍ୟ, ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୧୩୩ ରନ୍ କରିଥିଲା । ତେବେ ଗୁଜୁରାଟ ମାତ୍ର ୩ ଓ୍ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା । ଚଳିତ ସିଜିନରେ ଦଳ ୧୩ଟି ମଯାଚ୍ ଖେଳିଥିଲେ ବି ମାତ୍ର ୪ଟି ମ୍ୟାଚ୍ ଜିତିଛି । ଏହାସହ ଦଳ ପ୍ଲେ-ଅଫରୁ ବାଦ୍ ପଡି ସାରିଛି ।

Leave A Reply

Your email address will not be published.