କଂଗ୍ରେସ ନେତା ପି. ଚିଦାମ୍ବରମ୍‌ଙ୍କ ପାଇଁ ପୁଣି ବଢିଲା ଅଡୁଆ, ବିଭିନ୍ନ ସ୍ଥାନରେ ଏକକାଳୀନ ସିବିଆଇ ରେଡ୍

ନୂଆଦିଲ୍ଲୀ ୧୭।୫: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କ ପାଇଁ ପୁଣି ବଢିଲା ଅଡୁଆ । ପି. ଚିଦାମ୍ବରମ୍‌ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କ ଠିକଣାରେ ସିବିଆଇ ଚଢାଉ କରିଛି । ସିବିଆଇ ଦିଲ୍ଲୀ ଏବଂ ଚେନ୍ନାଇରେ ଥିବା ପ୍ରାୟ ୭ଟି ସ୍ଥାନରେ ଏକାକାଳୀନ ଛାନଭିନ୍ ଜାରି ରଖିଛି । ମଙ୍ଗଳବାର ସକାଳ ୬ଟାରୁ ଏହି ଚଢାଉ ଆରମ୍ଭ କରାଯାଇଥିବା ବେଳେ ଥବର ଲେଖା ହେବା ବେଳକୁ ଛାନଭିନ୍ ଜାରି ରହିଥିଲା । ମିଳିଥିବା ସୂଚନା ଅନୁସାରେ ପି. ଚିଦାମ୍ବରମ୍‌ଙ୍କ ବିରୋଧରେ ଥିବା ପୁରୁଣା ମାମଲାରେ ଏହି ରେଡ୍ କରୁନି ସିବିଆଇ । ବରଂ କୌଣସି ନୂଆ ମାମଲାରେ ସିବିଆଇ ଛାନଭିନ୍ କରୁଥିବା ଜଣାପଡିଛି । ଅବୈଧ ଲେଣଦେଣ ଅଥବା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସିବିଆଇ ରେଡ୍ କରୁଥିବା କୁହାଯାଉଛି । କିନ୍ତୁ ଏ ନେଇ ସିବିଆଇ ତରଫରୁ କୌଣସି ସୂଚନା ଦିଆଯାଇନାହିଁ ଯେ କେଉଁ ମାମଲାରେ ଚଢାଉ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ପି. ଚିଦାମ୍ବରମ୍ କଂଗ୍ରେସ ସରକାରରେ ଅର୍ଥ ମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀ ଥିଲେ ।

Leave A Reply

Your email address will not be published.