ଡାଇଭ୍ ମାରି କ୍ୟାଚ୍ ଧରିଲେ ଜନି ବେୟରଷ୍ଟୋ, ହେଲେ ଅମ୍ପାୟାର କହିଲେ ନଟଆଉଟ୍ ! 

ନୂଆଦିଲ୍ଲୀ ୧୭/୦୫: ଆଇପିଏଲରେ ସୋମବାର ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗସ । ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ମ୍ୟାଚରେ ଅନେକ ରୋମାଞ୍ଚକର ମୁହୂର୍ତ୍ତ ଦେଖିବାକୁ ମିଳିଥିଲା । ଲଳିତ ଯାଦବଙ୍କ ବ୍ୟାଟିଂ ବେଳେ ଏପରି ଘଟଣା ଦେଖିବାକୁ ମିଳିଥିଲା । ସେ ନିଜର ପ୍ରଥମ ବଲରେ ବଡ ସଟ୍ ମାରିଥିଲେ କିନ୍ତୁ ଭାଗ୍ୟ ତାଙ୍କୁ ସାଥ୍ ଦେଇନଥିଲା । ଏହି ଘଟଣା ଦିଲ୍ଲୀ ବ୍ୟାଟିଂର ପଞ୍ଚମ ଓଭରରେ ଦେଖିବାକୁ ମିଳିଥିଲା । ଓଭରର ଶେଷ ବଲ ବୋଲିଂ କରୁଥିଲେ ଅର୍ଶଦୀପ ସିଂ । ଷ୍ଟ୍ରାଇକରେ ଥିଲେ ଲଳିତ ଯାଦବ । ଲଳିତ ସଟ୍ ମାରିଥିଲେ ଓ ବଲ ବାଉଣ୍ଡରୀ ଲାଇନ୍ ପାଖକୁ ଯାଇଥିଲା । କିନ୍ତୁ ଫିଲ୍ଡିଂ କରୁଥିବା ଜନି ବେୟରଷ୍ଟୋ ଡାଇଭ୍ ମାରି କ୍ୟାଚ୍ ଧରି ନେଇଥିଲେ । ତେବେ ବେୟରଷ୍ଟୋ  ସେତେଟା ଭଲ ଫିଲ୍ଡର ନହେଲେ ବି ତାଙ୍କ କ୍ୟାଚ୍ ସମସ୍ତଙ୍କୁ ଚକିତ କରିଥିଲା । ଏହି କ୍ୟାଚ୍ ପରେ ବି ରୋମାଞ୍ଚକର ସ୍ଥିତି ଉପୁଜିଥିଲା । କାରଣ ଆଉଟ୍ ହୋଇ ଲଳିତ ଗୋଲ୍ଡେନ୍ ଡକରେ ପ୍ୟାଭିଲିୟନ ଫେରୁଥିଲେ ।ଏହି ସମୟରେ ସାଇରନ୍ ବାଜିଥିଲା ଓ ଥାର୍ଡ ଅମ୍ପାୟାର ବଲକୁ ନୋ ବଲ ବୋଲି କହିଥିଲେ । ଏଠାରେ ପଞ୍ଜାବ କିଙ୍ଗସକୁ ବଡ ଝଟ୍‌କା ଲାଗିଥିଲା । ଜନି ବେୟରଷ୍ଟୋ ମଧ୍ୟ ନିରାଶ ହୋଇଥିଲେ । ତେବେ ଏହି ମୁକାବିଲାରେ ଲଳିତ ୨୧ଟି ବଲ ଖେଳିଥିଲେ । ଏହାସହ ୨୪ ରନ୍ କରିଥିଲେ । ଯେଉଁଥିରେ ଗୋଟିଏ ଚଉକା ଓ ଗୋଟିଏ ଛକା ସାମିଲ ଥିଲା । ପରେ ତାଙ୍କ ଅର୍ଶଦୀପ ସିଂ ହିଁ ଆଉଟ୍ କରିଥିଲେ ।

Leave A Reply

Your email address will not be published.