ସ୍କୁଲ ଖୋଲିବେ ତେଜ ପ୍ରତାପ ଯାଦବ, ଟ୍ୱିଟ୍‌ କରି କହିଲେ ନାମ ରଖିବେ ‘ଲାଲୁ ପାଠଶାଲା’

ପାଟନା ୧୮।୫: ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଅଗରବତୀ ପରେ ଏଲଆର ଚାଉଳ ଓ ଏବେ ସ୍କୁଲ ତାଙ୍କ ମୁଣ୍ଡରେ ପଶିଛି। ଏହି ସ୍କୁଲକୁ ସେ ଗରିବ ପିଲାଙ୍କ ଲାଗି ଖୋଲିବେ ଓ ଏହାର ନାମ ‘ଲାଲୁ ପାଠଶାଲା’  ରଖାଯିବ। ଏ ବାବଦେ ତେଜ ପ୍ରତାପ ବୁଧବାର ଘୋଷଣା କରିଥିବା ବେଳେ ଖୁବ ଶୀଘ୍ର ତାଙ୍କର ‘ଏଲଆର ପାଠଶାଲା’ ଖୋଲିବାକୁ ଯାଉଥିବା କହିଛନ୍ତି। ଏହି ସ୍କୁଲରେ କେବଳ ସେହିମାନେ ହିଁ ପଢିବାର ସୁଯୋଗ ପାଇବେ ଯେଉଁମାନେ ଗରିବ ଓ ବଞ୍ଚିତ ବୋଲି ତେଜ ପ୍ରତାପ କହିଛନ୍ତି।  ଏ ବାବଦେ ତେଜ ଟ୍ୱିଟ୍‌ କରିଥିବା ବେଳେ ସୋନୁ ଭ୍ରଷ୍ଟ ବ୍ୟବସ୍ଥା ଉପରୁ ପର୍ଦ୍ଦା ହଟାଇ ଦେଇଥିବା ଉଲ୍ଲେଖ କରିଛନ୍ତି। ରାଜ୍ୟରେ ଏପରି ଅନେକ ସୋନୁ ଶିକ୍ଷାରୁ ବଞ୍ଚିତ ହୋଇଥିବେ ବୋଲି ତେଜ ଆକଳନ କରିଥିବା ବେଳେ ଏହି ଭ୍ରଷ୍ଟ ବ୍ୟବସ୍ଥା ଯୋଗୁ ଯେପରି କେହି ଗରିବ ଶିକ୍ଷାରୁ ବଞ୍ଚିତ ନ ରହେ ସେଥି ଲାଗି ତାଙ୍କର ଏଲଆର ପାଠଶାଲା କାମ କରିବ ବୋଲି ତେଜ ପ୍ରତାପ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.