IPL 2022: ଟସ୍ ଜିତି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସର ବ୍ୟାଟିଂ ନିଷ୍ପତ୍ତି, କୋଲକାତା ପାଇଁ ବିଜୟ ଜରୁରୀ

ମୁମ୍ବାଇ: ଚଳିତ ଆଇପିଏଲ୍‌ର ୬୬ ତମ ଲିଗ୍‌ ମୁକାବିଲାରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଓ କୋଲକାତା ନାଇଟ ରାଇଡର୍ସ ପରସ୍ପରକୁ ଭେଟିବେ । ଉଭୟ ଦଳର ଏହା ଶେଷ ଲିଗ୍‌ ମ୍ୟାଚ୍‌ । ୧୬ ପଏଣ୍ଟ ହାସଲ କରିସାରିଥିବା ସୁପର ଜିଆଣ୍ଟ୍ସ ଆସନ୍ତା କାଲି ବିଜୟ ସହ ପ୍ଲେ-ଅଫ୍‌ରେ ସ୍ଥାନ ପକ୍କା କରିବାକୁ ପ୍ରୟାସ କରିବ । ନାଇଟ୍‌ ରାଇଡର୍ସ ପାଇଁ ବିଜୟ ଅତ୍ୟନ୍ତ ଜରୁରୀ। ଏହି ମ୍ୟାଚରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଲକ୍ଷ୍ନୌ ଦଳରେ ତିନୋଟି ପରିବର୍ତ୍ତନ କରାଯାଇଛି। କୃଣାଲ ପାଣ୍ଡ୍ୟା, ଦୁଷ୍ମନ୍ତା ଚମିରା ଏବଂ ଆୟୁଷ ବଦୋନୀଙ୍କ ସ୍ଥାନରେ ମନନ ଭୋରା, ଏଭିନ ଲୁଇସ୍ ଏବଂ କୃଷ୍ଣାପ ଗୌତମଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି। କୋଲକାତା ଆଜିଙ୍କ୍ୟ ରାହାଣେଙ୍କ ସ୍ଥାନରେ ଅଭିଜିତ ତୋମାରଙ୍କୁ ସୁଯୋଗ ଦେଇଛି। ୧୨ ପଏଣ୍ଟ ହାସଲ କରିଥିବା ନାଇଟ୍‌ ରାଇଡର୍ସ ବଡ ବ୍ୟବଧାନରେ ବିଜୟ ହାସଲ କରି ପଏଣ୍ଟ ସଂଖ୍ୟା ୧୪ କୁ ବୃଦ୍ଧି କରିବ । ଏଥି ସହ ଅନ୍ୟ ଦଳ ଗୁଡ଼ିକର ପ୍ରଦର୍ଶନକୁ ମଧ୍ୟ ଅପେକ୍ଷା କରିବ । ନାଇଟ୍‌ ରାଇଡର୍ସର ରନ୍‌ ରେଟ୍‌ ୦.୧୬୦ ରହିଛି । ପଏଣ୍ଟ ତାଲିକାର ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ୧୪ ପଏଣ୍ଟ ଲେଖାଏଁ ହାସଲ କରିସାରିଛନ୍ତି । କ୍ୟାପିଟାଲ୍ସ ଶେଷ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ଶେଷ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସକୁ ଭେଟିବେ ।

Leave A Reply

Your email address will not be published.