ଜ୍ଞାନବାପୀ ମସଜିଦ ମାମଲା : ବାରଣାସୀ କୋର୍ଟରେ ଦାଖଲ ହେବ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ, ୧୯|୦୫ : ଜ୍ଞାନବାପୀ ମସଜିଦ ମାମଲାରେ ବାରଣାସୀ ସ୍ଥାନୀୟ କୋର୍ଟରେ ଗୁରୁବାର ପୁଣି ଶୁଣାଣି ହେବ । ମଙ୍ଗଳବାର କୋର୍ଟରେ କମିଶନର ସର୍ଭେ ରିପୋର୍ଟ ପ୍ରଦାନ କରିବାକୁ ଦୁଇ ଦିନ ସମୟ ମାଗିଥିଲେ । ଏହି ସମୟ ଆଜି ପୂରଣ ହେଉଛି । ଗୁରୁବାର କୋର୍ଟ ଖୋଲିବା ପରେ ଆଡଭୋକେଟ୍ କମିଶନର ସର୍ଭେ ରିପୋର୍ଟ ଦାଖଲ କରିବେ । ଏହାସହ ସ୍ଥାନୀୟ କୋର୍ଟରେ ଆଉ ଦୁଇଟି ଆବେଦନ ଉପରେ ମଧ୍ୟ ଶୁଣାଣି ହେବ । ଗୋଟିଏ ଆବେଦନରେ କୋର୍ଟ କମିଶନ ଜ୍ଞାନବାପୀରୁ ମିଳିଥିବା ଶିବଲିଙ୍ଗକୁ ପୂଜା କରିବାପାଇଁ ଅନୁମତି ମାଗିଛନ୍ତି । ଏହାସହ ଅନ୍ୟ ଏକ ଆବେଦନରେ ସେଠାରେ ପଡିଥିବା ଆବର୍ଜନା ଓ ଭଗ୍ନାବଶେଷ ହଟାଇବାକୁ ଅନୁରୋଧ କରାଯାଇଛି । ସେହିପରି ମଙ୍ଗଳବାର କୋର୍ଟରେ ଆଉ ଏକ ଆବେଦନ କରାଯାଇଥିଲା । ଯେଉଁଥିରେ ସିଲ୍ କରାଯାଇଥିବା ଅଞ୍ଚଳରୁ ପାଇପଲାଇନ୍ ହଟାଇବାକୁ ଦାବି କରାଯାଇଥିଲା । ଏହି ଆବେଦନ ଜିଲ୍ଲା ଗଭର୍ଣ୍ଣମେଣ୍ଟ କାଇନସିଲର ଆଇନଜୀବୀ ମହେନ୍ଦ୍ର ପ୍ରସାଦ ପାଣ୍ଡେ ଦାଖଲ କରିଥିଲେ । ଗୁରୁବାର ଜ୍ଞାନବାପୀ ମସଜିଦ ସର୍ଭେ ମାମଲାରେ ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ । ଜଷ୍ଟିସ୍ ଚନ୍ଦ୍ରଚୂଡ ଓ ଜଷ୍ଟିସ ନରସିଂହାଙ୍କ ଖଣ୍ଡପୀଠ ସମ୍ମୁଖରେ ଉତ୍ତର ପ୍ରଦେଶ ସରକାର ଓ ଅନ୍ୟ ପକ୍ଷ ନିଜର ଜବାବ ଦାଖଲ କରିବେ । ମଙ୍ଗଳବାର କୋର୍ଟ ସମସ୍ତ ପକ୍ଷକାରଙ୍କୁ ଜବାବ ତଲବ କରିଥିଲେ । ଏହାସହ କୋର୍ଟ ଜିଲ୍ଲାପାଳଙ୍କୁ ଶିବଲିଙ୍ଗକୁ ସୁରକ୍ଷିତ ରଖିବା ପାଇଁ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ମୁସଲିମଙ୍କୁ ମଧ୍ୟ ସେଠାରେ ନମାଜ ପାଠ କରିବାକୁ ମନା କରାଯାଇ ପାରିବ ନାହିଁ ବୋଲି  କୋର୍ଟ କହିଥିଲେ ।

Leave A Reply

Your email address will not be published.