ଦେଶରେ ଶୀଘ୍ର ଖୋଲିବ ଆଉ ୫ଟି ନୂଆ ବ୍ୟାଙ୍କ

ଭୁବନେଶ୍ବର : ଦେଶରେ ଖୁବଶୀଘ୍ର ଖୋଲିବ ଆଉ ୫ଟି ନୂଆ ବ୍ୟାଙ୍କ ! ବ୍ୟାଙ୍କ ପାଇଁ ଆବେଦନ କରିଥିବା ୧୧ଟି ସଂସ୍ଥା ମଧ୍ୟରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ତଥା ଆରବିଆଇ ୬ଟି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି । ଫ୍ଲିପକାର୍ଟର ସହ-ପ୍ରତିଷ୍ଠାତା ସଚିନ ବନସଲଙ୍କ ନେତୃତ୍ୱରେ ଚୌତନ୍ୟ ଇଣ୍ଡିଆ ଫିନ କ୍ରେଡିଟ ପ୍ରାଇଭେଟ ଲିମିଟେଡ ସମେତ ୬ଟି କମ୍ପାନୀର ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି । ଛୋଟ ଫାଇନାନ୍ସ ବ୍ୟାଙ୍କ ବର୍ଗରେ ଥିବା କଲିକଟ୍ ସିଟି ସେବା ସମବାୟ ବ୍ୟାଙ୍କ ଆବେଦନକୁ ପ୍ରତ୍ୟାଖାନ କରାଯାଇଛି । ବାକି ୫ଟି ଆବେଦନ ଉପରେ ଅନୁସନ୍ଧାନ କରାଯାଉଛି ବୋଲି କେନ୍ଦ୍ରୀୟ ବ୍ୟାଙ୍କ କହିଛି । ଏହି ୫ଟି ସଂସ୍ଥା ହେଉଛି ୱେଷ୍ଟ୍ ଏଣ୍ଡ ହାଉସିଂ ଫାଇନାନ୍ସ ଲିମିଟେଡ୍, ଅଖିଲ କୁମାର ଗୁପ୍ତା, ଆଞ୍ଚଳିକ ଗ୍ରାମୀଣ ଫାଇନାନ୍ସ ସର୍ଭିସେସ୍ ପ୍ରାଇଭେଟ ଲିମିଟେଡ୍, କୋସମି ଫାଇନାନ୍ସିଆଲ୍ ହୋଲ୍ଡିଂ ପ୍ରାଇଭେଟ ଲିମିଟେଡ୍ ଓ ଟେଲି ସଲ୍ୟୁସନ୍ ପ୍ରାଇଭେଟ ଲିମିଟେଡ୍ । କେନ୍ଦ୍ରୀୟ ବ୍ୟାଙ୍କ କହିଛି, ନିର୍ଦ୍ଧାରିତ ମାନଙ୍କ ଅନୁଯାୟୀ ଏହି ଆବେଦନଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି । ବ୍ୟାଙ୍କ ଓ କ୍ଷୁଦ୍ର ଫାଇନାନ୍ସ ବର୍ଗରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ମୋଟ ୧୧ଟି ଆବେଦନ ଗ୍ରହଣ କରାଯାଇଥିଲା । ଅବଶିଷ୍ଟ ୫ଟି ସଂସ୍ଥା ଲାଇସେନ୍ସ ପ୍ରକ୍ରିୟାର ଏକ ଅଂଶ ହୋଇ ରହିଛି ।

Leave A Reply

Your email address will not be published.