ଲାଲୁ ପରିବାରକୁ ଗୁଡ୍ ମର୍ଣ୍ଣିଂ କଲା ସିବିଆଇ : ସକାଳୁ ସକାଳୁ ୧୭ ଜାଗାରେ ଚଢଉ

ନୂଆଦିଲ୍ଲୀ ୨୦/୦୫:  ସିବିଆଇ ସ୍କାନରରେ ଆରଜେଡି ନେତା ଲାଲୁ ଯାଦବ ।  କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବା ସିବିଆଇ ଲାଲୁ ଯାଦବଙ୍କ ସହ ଜଡିତ ୧୭ଟି ସ୍ଥାନରେ ଚଢଉ କରିଛି । ତାଙ୍କ ପତ୍ନୀ ରାବଡୀ ଦେବୀ ଓ ଝିଅ ମୀସା ଭାରତୀଙ୍କ ପାଟନା, ଗୋପାଲଗଞ୍ଜ ଓ ଦିଲ୍ଲୀ ସ୍ଥିତ ବାସଭବନରେ ରେଡ୍ ହୋଇଛି । ବିଭିନ୍ନ ଦୁର୍ନୀତି ସହ ଜଡିତ ମାମଲାକୁ ନେଇ ଏହି ଚଢଉ କରାଯାଇଛି । ତେବେ ନିଯୁକ୍ତିରେ ଦୁର୍ନୀତିକୁ ନେଇ ସିବିଆଇ ଏହି ଚଢଉ କରିଥିବା ସୂଚନା ମିଳିଛି । ଅଭିଯୋଗ ହୋଇଛି ଯେ, ଚାକିରୀ ଦେବା ବଦଳରେ ଲାଲୁ ପରିବାର ଅନେକଙ୍କଠୁ ଘର ଓ ଜମି ନେଇଥିଲେ । ସିବିଆଇର ସୂତ୍ରାନୁସାରେ, ଲାଲୁ ଯାଦବ କେନ୍ଦ୍ର ରେଳମନ୍ତ୍ରୀ ଥିଲା ବେଳେ ଦୁର୍ନୀତି ହୋଇଥିଲା । ସେ ଚାକିରୀ ବଦଳରେ ଅନେକଙ୍କଠୁ ଜମି ଓ ଘର ନେଇଥିଲେ । ଏହି ମାମଲାରେ ସିବିଆଇ ଏଫଆଇଆର ଦାଖଲ କରିଥିଲା । ଯାହାକୁ ଭିତ୍ତି କରି ୧୭ଟି ସ୍ଥାନରେ ରେଡ୍ କରାଯାଇଛି । ସିବିଆଇ ପାଟନାସ୍ଥିତ ରାବଡୀ ଦେବୀଙ୍କ ୧୦ ସର୍କୁଲାର ରୋଡରେ ଥିବା ବାସଭବନରେ ଚଢଉ କରିଛି । ଘର ମଧ୍ୟରେ ସିବିଆଇ ଅଧିକାରୀମାନେ ତଦନ୍ତ କରୁଛନ୍ତି । ସକାଳୁ ହିଁ ସିବିଆଇ ଘରେ ରେଡ୍ କରିଥିଲା ।

Leave A Reply

Your email address will not be published.