ଜାପାନରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ

ଟୋକିଓ ୨୩/୦୫: କ୍ୱାଡ ଲିଡର୍ସ ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ଟୋକିଓରେ ପହଞ୍ଚିଛନ୍ତି । ଟୋକିଓରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭାରତ ମାତା କି ଜୟଙ୍କ ସ୍ଲୋଗାନ ଦେଇ ହଜାର ହଜାର ଭାରତୀୟ ସ୍ୱାଗତ କରିଥିଲେ । ଏହି ସମୟରେ ଜାପାନର ପିଲାମାନେ ମଧ୍ୟ ଏକ ହୋଟେଲରେ ପିଏମ ମୋଦୀଙ୍କୁ ଏକ ନିଆରା ଢଙ୍ଗରେ ସ୍ୱାଗତ କରିଥିଲେ, ଯାହାର ଭିଡିଓ ସାମ୍ନାକୁ ଆସିଛି । ଟୋକିଓରେ ପହଞ୍ଚିବା ପରେ ଅନେକ ପିଲା ପିଏମ ମୋଦୀଙ୍କୁ ସ୍ୱାଗତ କରିବାକୁ ଆସିଥିଲେ। ପିଲାମାନେ ପିଏମ ମୋଦୀଙ୍କୁ ଏକ ପ୍ଲାକାଡ ସହିତ ସ୍ୱାଗତ କରିଥିଲେ । ପିଏମ ମୋଦୀ ପିଲାମାନଙ୍କ ଚିତ୍ର ଉପରେ ଅଟୋଗ୍ରାଫ୍ ମଧ୍ୟ ଦେଇଛନ୍ତି । ଏହି ସମୟରେ ପିଲାମାନେ ପିଏମ ମୋଦୀଙ୍କ ସହ ହିନ୍ଦୀରେ କଥା ହୋଇଥିଲେ ।

Leave A Reply

Your email address will not be published.