ଦିଲ୍ଲୀ-ଏନସିଆରରେ ଝଡବର୍ଷା : ଭାଙ୍ଗିଲା ବଡ ବଡ ଗଛ, ବିମାନ ଚଳାଚଳ ପ୍ରଭାବିତ

ନୂଆଦିଲ୍ଲୀ ୨୩/୦୫:  ଦିଲ୍ଲୀ ଏନସିଆରଠୁ ଆରମ୍ଭ କରି ଉତ୍ତର ପ୍ରଦେଶ ଓ ବିହାର ଯାଏଁ ସବୁଠି ତାଣ୍ଡବ ରଚିଛି କାଳବୈଶାଖୀ । ସୋମବାର ସକାଳୁ ସକାଳୁ ଭାରତର ଉତ୍ତର ପ୍ରାନ୍ତରେ ଥିବା ଅନେକ ରାଜ୍ୟରେ ପ୍ରବଳ ବର୍ଷା ଓ ପବନ ହୋଇଛି । ଫଳରେ ଗରମରୁ ସାମାନ୍ୟ ମୁକ୍ତି ମିଳିଛି । ତେବେ କିଛି ସ୍ଥାନରେ ପବନ ଯୋଗୁଁ ବଡ ବଡ ଘଚ ଭାଙ୍ଗି ଯାଇଛି  । ଗମନା ଗମନ ପ୍ରଭାବିତ ହୋଇଛି । ସେହିପରି ଦିଲ୍ଲୀ ବିମାନ ବନ୍ଦରରେ ଅନେକ ବିମାନ ଚଳଚାଳ ମଧ୍ୟ ବିଳମ୍ବିତ ହୋଇଛି । ସୋମବାର ଭୋର୍‌ରୁ ନୋଏଡା, ଗାଜିଆବାଦ, ଏନସିଆରର ଅଧିକାଂଶ ସ୍ଥାନରେ ପ୍ରବଳ ପବନ ପରେ ବର୍ଷା ହୋଇଛି । ଏବେବି କିଛି ସ୍ଥାନରେ ବର୍ଷା ଲାଗି ରହିଛି । ଉତ୍ତର ପ୍ରଦେଶର ସହାରନପୁର, ଦେବବନ୍ଦ, ନଜିବାବାଦ, ଶାମଲୀ, ମୁଜଫରନଗର, ବିଜନୋର, ଖତୋଲୀରେ ମଧ୍ୟ କାଳବୈଶାଖୀ ତାଣ୍ଡବ ରଚିଛି । ଆଇଏମଡିର ରିପୋର୍ଟ ଅନୁସାରେ, ଆଗାମୀ ୨ ଦିନ ଯାଏଁ ପଞ୍ଜାବ, ହରିୟାଣା, ପଶ୍ଚିମ ଉତ୍ତର ପ୍ରଦେଶ ଓ ଉତ୍ତର ରାଜସ୍ଥାନରେ ବର୍ଷା ସମ୍ଭାବନା ଅଛି । ଝଡ ତୋଫାନ ବି ହୋଇପାରେ । ପୂର୍ବରୁ ଦିଲ୍ଲୀରେ ବର୍ଷା ହେବା ନେଇ ଆଇଏମଡି ଅନୁମାନ କରିଥିଲା ।

Leave A Reply

Your email address will not be published.