ବର୍ଷାଙ୍କ ଏତଲା ପରେ ଅନୁଭବଙ୍କ କାଉଣ୍ଟର ଆଟାକ: ପାଲଟା ଅଭିଯୋଗ ଆଣିଲେ ସାଂସଦ, କହିଲେ ସତ ଶୁଣିବାକୁ ସାହାସ ରଖ…

କଟକ ୨୪/୦୫: ପୁଣି ସାମ୍ନାକୁ ଆସିଲା ସାଂସଦ ଅନୁଭବ ମହାନ୍ତିଙ୍କ ଭିଡିଓ । ଏହା ଅନୁଭବଙ୍କ ତୃତୀୟ ଭିଡିଓ । ସୋସିଆଲ ମିଡିଆରେ ଭିଡିଓ ଜାରି କରି ବର୍ଷାଙ୍କ ନାଁରେ ପାଲଟା ଅଭିଯୋଗ ଆଣିଛନ୍ତି ଅନୁଭବ । ବର୍ଷା ପୁରୀଘାଟ ଥାନାରେ ଦେଇଥିବା ଏତଲା ବାବଦରେ ବଖାଣିଛନ୍ତି ଅନୁଭବ । ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଶନିବାର ଭିଡିଓ ପୋଷ୍ଟ କରି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ସେ ବିତାଇଥିବା ୮ ବର୍ଷର ବୈବାହିକ ଜୀବନର ଗୋପନ କଥା ବଖାଣିଥିଲେ । ଏହାପରେ ବର୍ଷା ଅନୁଭବ ମହାନ୍ତିଙ୍କ ନାଁରେ ପୁରୀଘାଟ ଥାନାରେ ଏତଲା ଦେଇଥିଲେ । ମନଗଢା କାହାଣୀ କହି ଜଣେ ମହିଳାର ନାରୀତ୍ବ କୁ ବଦନାମ କରୁଥିବା ଅଭିଯୋଗ କରିଥିଲେ ବର୍ଷା ।

Leave A Reply

Your email address will not be published.