ପେଟ୍ରୋଲ ପମ୍ପ ନିକଟରୁ ବଜ୍ରକାପ୍ତା ଉଦ୍ଧାର,

ମାଥିଲି ୨୪/୦୫: ଗତକାଲି ରାତିରେ ମାଥିଲି ସଦର ପେଟ୍ରୋଲ ପମ୍ପ ନିକଟରୁ ଉଦ୍ଧାର କରାଯାଇଛି ବଜ୍ରକାପ୍ତା । ଖାଦ୍ୟ ଅନ୍ବେଷଣରେ ବଜ୍ରକାପ୍ତା ଟି ଗାଁ ଭିତରକୁ ଆସିଥିବା ସଂନ୍ଦେହ କରାଯାଉଛି । ଗତ ରାତିରେ କିଛି ଯୁବକ ଥାନା ଆଡକୁ ଯାଉଥିବା ବେଳେ ବଜ୍ରକାପ୍ତାଟିକୁ ଦେଖି ସଂଗେ ସଂଗେ ବନବିଭାଗକୁ ଖବର ଦେଇଥିଲେ । ବନବିଭାଗ ପହଂଚି ବଜ୍ରକାପ୍ତାଟିକୁ ଉଦ୍ଧାର କରି ଗୋବିନ୍ଦପାଲି ସ୍ଥିତ ରେଂଜ ଅଫିସ କୁ ଆଣିଥିଲେ । ତେବେ ବଜ୍ରକାପ୍ତାଟି ସୁସ୍ଥ ଅଛି ଏବଂ ତାକୁ ପ୍ରାଥମିକ ଚିକିତ୍ସା ପରେ ଜଙ୍ଗଲ ରେ ଛଡାଯିବ ବୋଲି ଜଣାଯାଇଛି ।

Leave A Reply

Your email address will not be published.