ରାଜ୍ୟସଭା ନିର୍ବାଚନ ପାଇଁ ମଙ୍ଗଳବାରଠୁ ନାମାଙ୍କନ ଦାଖଲ, କିଏ ଯିବ ଚାଲିଛି ଅଙ୍କକଷା

ଭୁବନେଶ୍ୱର ୨୪/୦୫: ଆଜିଠୁ ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେବ ନାମାଙ୍କନ ଦାଖଲ । ୩ ଆସନ ପାଇଁ ହେବ ନାମାଙ୍କନ । ସଂଖ୍ୟା ଦୃଷ୍ଟିରୁ ତିନିରୁ ତିନ ସିଟ୍ ବିଜେଡି ଖାତାକୁ ଯିବା ନିଶ୍ଚିତ । କିନ୍ତୁ କେଉଁ ୩ ଜଣଙ୍କୁ ନବୀନ ଦିଲ୍ଲୀ ପଠାଇବେ ଏହାକୁ ନେଇ ଉଠୁଛି ପଡୁଛି ପାୱାର କରିଡର ।ରାଜ୍ୟସଭା କାର୍ଡ କିନ୍ତୁ ଏଯାଏ ଖୋଲି ନାହାନ୍ତି ନବୀନ । ଯୁବ, ମହିଳା ଓ ପଛୁଆ ବର୍ଗ ପ୍ରାର୍ଥୀଙ୍କୁ ନବୀନ ଗୁରୁତ୍ୱ ଦେବ, ଏହାକୁ ନେଇ ଅଙ୍କକଷା ଚାଲିଛି । ତେବେ ମହିଳା ଚେହେରାକୁ ସାମନାକୁ ଆଣି ମାଷ୍ଟରଷ୍ଟ୍ରୋକ ଖେଳିବେ ନବୀନ, ତାହା ମଧ୍ୟ ଚର୍ଚ୍ଚାରେ ରହିଛି । ଏହାକୁ ନେଇ ଆସିଛି ଦଳର ବରିଷ୍ଠ ନେତା ପ୍ରତାପ ଦେବଙ୍କ ପ୍ରତିକ୍ରିୟା ।କହିଛନ୍ତି, ମୁଖ୍ୟମନ୍ତ୍ରୀ ସଠିକ ସମୟରେ ନିଷ୍ପତ୍ତି ନେବେ। ସଠିକ ସମୟରେ ପାର୍ଥି ଚୟନ ସହ ନାମାଙ୍କନ ଭରିବେ । ସର୍ବୋଚ୍ଚ ନେତା ଭାବେ ତାଙ୍କ ନିକଟରେ ପାର୍ଥୀ ଚୟନ କ୍ଷମତା ରହିଛି। ଦଳର ଅନ୍ୟତମ ବରିଷ୍ଠ ନେତ୍ରୀ ଉଷାଦେବୀ କହିଛନ୍ତି ଚଳିତ ଥର ମହିଳାଙ୍କୁ ପ୍ରାଥମିକତା ମିଳିପାରେ।

Leave A Reply

Your email address will not be published.