ଗଛରେ ପିଟିହେଲା କାର, ଚାଲିଗଲା ଗୋଟିଏ ପରିବାରର ୪ ଜୀବନ

ନୂଆଦିଲ୍ଲୀ ୨୪/୦୫:  ଭୟଙ୍କର କାର ଦୁର୍ଘଟଣା । ଚାଲିଗଲା ଗୋଟିଏ ପରିବାରର ୪ ଜୀବନ । ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଚେନ୍ନାଇର ଆରିୟାଲୁର ଅଞ୍ଚଳରେ । ତେବେ ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷର ଶିଶୁ କନ୍ୟା ଥିବା ମଧ୍ୟ ଜଣାପଡିଛି ।ମୃତକମାନେ ହେଲେ ଏନ ମଞ୍ଜୁଳା, ଏନ କାର୍ତ୍ତିକେୟନ, ଲକ୍ଷ୍ମୀ ପ୍ରିୟା ଓ ହସିନୀ । ସମସ୍ତେ ଚେନ୍ନାଇ ଆନ୍ନା ନଗରର ପୁନୀ କଲୋନିରେ ରହୁଥିଲେ । ସେମାନେ ସୋମବାର ସନ୍ଧ୍ୟାରେ କୌଣସି କାମରେ ଏକ କାରରେ ଥଞ୍ଜାଭୁର ଯାଇଥିଲେ । ସେଠାରୁ ଫେରିବା ବେଳେ ଆରିୟାଲୁର ଜିଲ୍ଲାରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା ।ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍ତ୍ତିକେୟନ, ମଞ୍ଜୁଳା ଓ ଲକ୍ଷ୍ମୀପ୍ରିୟା ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ତେବେ ଗୁରୁତର ଥିବା ଦୁଇ ଶିଶୁ ମିତ୍ର ଓ ହସିନୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସ୍ପିଟାଲରେ ହସିନୀଙ୍କ ମୃତ୍ୟୁ ହୋଇଯାଇଥିଲା । ଘଟଣାକୁ ନେଇ କିଝାପଲୁର ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.