ରେଲଓ୍ୱେ କ୍ୱାର୍ଟର୍ସରୁ କାଠ ଜବତ ଘଟଣା, ଷ୍ଟେସନ ମାଷ୍ଟର ଗିରଫ

କଣ୍ଟାବାଞ୍ଜି ୨୪।୦୫: ରେଳବାଇ କ୍ୱାର୍ଟର୍ସରୁ ମୂଲ୍ୟବାନ କାଠ ଜବତ ଘଟଣା। ଜେଲ ଗଲେ ତୁରେକେଲା ଷ୍ଟେସନ ମାଷ୍ଟର ଧର୍ମେନ୍ଦ୍ର କଶ୍ୟପ। ବେଆଇନ ଭାବେ ସରକାରୀ କ୍ୱାର୍ଟର୍ସରେ କାଠ କାମ କରାଉଥିଲେ । ବନ ବିଭାଗ ହାତରେ ଧରାପଡି ଜେଲ ଯାଇଛନ୍ତି ଷ୍ଟେସନ ମାଷ୍ଟର । ଚଳିତ ମାସ ୧୩ ତାରିଖରେ କୌଣସି ସୂତ୍ରରୁ ଖବର ପାଇ କଣ୍ଟାବାଞ୍ଝି ବନ ଅଧିକାରୀ ତୁରେକେଲ ଷ୍ଟେସନ ମାଷ୍ଟରଙ୍କ ସରକାରୀ କ୍ୱାର୍ଟର୍ସ ପଛ ପଟୁ ୧୭ଟି ସାଗୁଆନ ଗଣ୍ଡି, ୪ ଖଣ୍ଡ ସାଇଜ କାଠ ଜବତ କରିଥିଲା । ଏହି ମାମଲାରେ ଦୁଇ କାଠ ମିସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଆରମ୍ଭ କରିଥିଲା ବନ ବିଭାଗ । ତେବେ ସରକାରୀ କ୍ୱାର୍ଟର୍ସରେ ବେଆଇନ ଭାବେ କାଠ କାମ କରାଉଥିବା ନେଇ ତୁରେକେଲା ଷ୍ଟେସନ ମାଷ୍ଟରଙ୍କୁ ସୋମବାର ବନ ବିଭାଗ ଗିରଫ କରି ରାତିରେ କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ଷ୍ଟେସନ ମାଷ୍ଟର ଧର୍ମେନ୍ଦ୍ର କଶ୍ୟପଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅନେକ ଦିନରୁ ଷ୍ଟେସନ ମାଷ୍ଟର ବେଆଇନ ଭାବେ କାଠ ଚାଲାଣ କାମ କରୁଥିବା ବନ ବିଭାଗ ସଂଦେହ କରି ଏହି ଚଢାଉ କରିଥିବା ସୂଚନା ଦେଇଛି ।

Leave A Reply

Your email address will not be published.