ପୋଲାର୍ଡଙ୍କୁ ବିଦା କରିବ ମୁମ୍ବାଇ ଇଣ୍ଡିଆନ୍ସ ! ଆଉ ୩ ପ୍ଲେୟାର ବି ହେବେ ରିଲିଜ୍ : ଆକାଶ ଚୋପ୍ରାଙ୍କ ଅନୁମାନ

ନୂଆଦିଲ୍ଲୀ ୨୭/୦୫: ଆଇପିଏଲ-୨୦୨୨ରେ ସବୁଠୁ ଖରାପ ପ୍ରଦର୍ଶନ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଦଳ ଦଶମ ସ୍ଥାନରେ ରହି ନିଜର ଅଭିଯାନ ଶେଷ କରିଛି । ଏହାପରେ ଦଳ ପକ୍ଷରୁ ମନ୍ଥନ ଆରମ୍ଭ ହୋଇଯାଇଛି । ଅନେକ ଷ୍ଟାର୍ ଖେଳାଳିଙ୍କୁ ରିଲିଜ୍ କରିବାକୁ ଦଳ ଯୋଜନା କରିଛି । ଆଗାମୀ ଦିନରେ ଷ୍ଟାର୍ ଅଲରାଉଣ୍ଡର କିରନ ପୋଲାର୍ଡଙ୍କୁ ମୁମ୍ବାଇ ରିଲିଜ କରିପାରେ ବୋଲି ଅନୁମାନ କରିଛନ୍ତି ପୂର୍ବତନ କ୍ରିକେଟର ତଥା କମେଣ୍ଟେଟର ଆକାଶ ଚୋପ୍ରା । ପୋଲାର୍ଡ ଚଳିତ ସିଜିନରେ ସବୁଠାରୁ ଖରାପ ପ୍ରଦର୍ଶନ କରିଥିଲେ । ସେ ମାତ୍ର ୧୪୪ ରନ୍ କରିଥିଲେ । ପୋଲାର୍ଡ ସେହି ୪ ଖେଳାଳିଙ୍କ ମଧ୍ୟରେ ସାମିଲ ଥିଲେ ଯାହାଙ୍କୁ ମୁମ୍ବାଇ ରିଟେନ୍ କରିଥିଲା । ତାଙ୍କୁ ୬ କୋଟି ଦେଇ ମୁମ୍ବାଇ ଦଳରେ ରଖିଥିଲା । ତେବେ ଆକାଶ ଚୋପ୍ରାଙ୍କ କହିବାନୁସାରେ, କିରନ ପୋଲାର୍ଡଙ୍କ ଏହା ମୁମ୍ବାଇରେ ଶେଷ ସିଜିନ୍ ଥିଲା ବୋଲି କୁହାଯାଇପାରେ । ଯଦି ତାଙ୍କୁ ମୁମ୍ବାଇ ରିଲିଜ୍ କରେ ତେବେ ୬ କୋଟି ଟଙ୍କା ବଳିବ । ଏହାସହ ମୁମ୍ବାଇ ମୁରୁଗାନ ଅଶ୍ୱୀନ, ଟାୟମଲ ମିଲ୍ସ ଓ ଜୟଦେବ ଉନାଦକଟଙ୍କୁ ମଧ୍ୟ ରିଲିଜ୍ କରିପାରେ  । କିରନ ପୋଲାର୍ଡ ୩୫ ବର୍ଷ ଅତିକ୍ରମ କରି ସାରିଛନ୍ତି । ଖରାପ ଫର୍ମ କାରଣରୁ ସେ କିଛି ମାସ ତଳେ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ବାଏବାଏ କହିଥିଲେ । ତାଙ୍କୁ ଆଗାମୀ ସିଜିନରେ ଦେଖିବାକୁ ମିଳିବ ନା ନାହିଁ ତାହା ମଧ୍ୟ କହି ହେଉନାହିଁ । ପୋଲାର୍ଡଙ୍କୁ ମୁମ୍ବାଇ ଲଗାତର ଭାବେ ସମର୍ଥନ କରିଆସିଛି । ସେ ମଧ୍ୟ ଅନେକ ଥର ଦଳ ପାଇଁ ବଡ ପ୍ଲେୟାର ସାବ୍ୟସ୍ତ ହୋଇଛନ୍ତି । କିନ୍ତୁ ଚଳିତ ଥର ସେ ସମ୍ପୂର୍ଣ୍ଣ ଫେଲ୍ ମାରିଥିଲେ ।

Leave A Reply

Your email address will not be published.