ଚୋରା ଚାଲାଣ ବେଳେ ମାଡିବସିଲା ପୋଲିସ : ୧୦ ଗିରଫ,୪ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ

ଧର୍ମଗଡ଼ ୨୮।୦୫ : ନବରଙ୍ଗପୁର-କଳାହାଣ୍ଡି ସୀମାନ୍ତ ମହୁଲପାଟଣା ଘାଟି ଦେଇ ଗଞ୍ଜେଇ ଚୋରା ଚାଲାଣ କରୁଥିବାବେଳେ ୧୦ଜଣଙ୍କୁ ଗିରଫ କରିଛି ଜୟପାଟଣା ଥାନା ପୋଲିସ l ସେମାନଙ୍କ ଠାରୁ ୪ କ୍ୱିଣ୍ଟାଲ ୨୯ କିଲୋ ଗଞ୍ଜେଇ ଜବତ କରିଛି l ପୋଲିସର ସୂଚନାଅନୁଯାୟୀ, ଶୁକ୍ରବାର ରାତିରେ ମୁଖୀଗୁଡା ମହୁଲପାଟଣା ଘାଟିରେ ପାଟ୍ରୋଲିଂ କରୁଥିବା ବେଳେ ପୋଲିସ ଟିମ୍ ଏକ ପିକଅପ୍ ଭ୍ୟାନକୁ ସନ୍ଦେହ କରି ପିଛା କରି ପ୍ରତାପପୁର ନିକଟରେ ଅଟକାଇଥିଲା l ସେଥିରୁ ୪ କ୍ରିଣ୍ଟାଲ ୨୯ କେଜି ଗଞ୍ଜେଇ ଜବତ ହୋଇଛି । ଏହା ସହ ପିକଅପ ଭ୍ୟାନକୁ ଏସ୍କଟ ଦେଉଥିବା ବୋଲରୋ ଓ ମୋଟର ସାଇକେଲକୁ ଧରିଛି ପୋଲିସ l ଗିରଫ ଅଭିଯୁକ୍ତମାନେ କୋକସରା ଥାନାଞ୍ଚଳ ମାଝୀଗୁଡା, ଦାବ୍ରିଗୁଡା ଓ ତେଣ୍ଡାପାଳର ବୋଲି ଜଣାପଡିଛି ।

Leave A Reply

Your email address will not be published.