ଗୋଠଛଡ଼ା ଦନ୍ତାର ଉପଦ୍ରଵ, ଭାଙ୍ଗିଲା ଘରଦ୍ବାର ଖାଇଗଲା ଧାନଚାଉଳ

ତେଲକୋଇ ୨୮।୦୫ : ଗୋଠଛଡ଼ା ଦନ୍ତାର ଉପଦ୍ରଵ। ଭାଙ୍ଗିଲା ଘରଦ୍ବାର ଖାଇଗଲା ଧାନଚାଉଳ। କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଅଧିକ କୃଷ୍ଣପୁର ଗାଁରେ ଗୋଠଛଡା ଦନ୍ତାହାତୀ ଉପଦ୍ରଵ କରୁଛି। ଘରଦ୍ବାର ଭାଙ୍ଗିବା ସହ ଧାନଚାଉଳ ଖାଇ ଯାଇଛି। ହାତୀ ଆକ୍ରମଣ କରିବାକୁ ଲୋକଙ୍କୁ ଗୋଡାଉଛି । ଲୋକଙ୍କୁ ମାରିବାକୁ ଗୋଡାଉଛି ହାତୀ ।  ଜୀବନ ବଞ୍ଚାଇବାକୁ ଦଉଡୁଛନ୍ତି ଲୋକେ । ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଗୋଠଛଡା ଦନ୍ତାଟି କୃଷ୍ଣପୁର ଗାଁର ନାୟକ ସାହିରେ ପଶି ଉତ୍ପାତ କରିଥିଲା। ସାହିର ସମବାରି ନାୟକଙ୍କ ଘର ଭାଙ୍ଗିଥିଲା। ସେ କୁକୁଡା ଚାଷ କରିଥିବା ବେଳେ ଘର କାଂଥ ପଡି ଅନେକ କୁକୁଡ଼ା ମରିଯାଇଛନ୍ତି । ତେବେ ଘର ଭିତରେ ଶୋଇଥିବା ସମବାରି ନାୟକ ହାତୀ ହାବୁଡରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ସେଠାରୁ ନିଆଁହୁଳା ଦେଖାଇ ହାତୀକୁ ଘଉଡ଼ାଇବା ପରେ ଗାଁର କାଇଁଶିନାଳି ସାହିରେ ଥିବା ରମେଶ ମୁଣ୍ଡାଙ୍କ ଘର ଭାଙ୍ଗି ଧାନଚାଉଳ ଖାଇଯାଇଥିଲା ଦନ୍ତା । ହାତୀ ଘର ଭାଙ୍ଗିବା ଦେଖି ଭୟରେ ପରିବାର ଲୋକେ ସାହି ଭିତରକୁ ପଳାଇ ଯାଇଥିଲେ। ସାହି ଲୋକେ ନିଆଁହୁଳା ସାହାଯ୍ୟ ରେ ହାତୀକୁ ଘଉଡ଼ାଇ ଥିଲେ।

Leave A Reply

Your email address will not be published.