ଖୁବ୍‌ ଶୀଘ୍ର ଆରମ୍ଭ ହେବ ‘କବୀର ସିଂ’ର ସିକ୍ବେଲ୍‌, ନିର୍ମାତା କଲେ ଖୁଲାସା

ନୂଆଦିଲ୍ଲୀ ୨୮।୦୫ : ସାହିଦ କପୁରଙ୍କ କ୍ୟାରିୟରରେ ସବୁଠାରୁ ସୁପର ଡୁପର ହିଟ୍‌ ଫିଲ୍ମ ହେଉଛି ‘କବୀର ସିଂ’। ଯାହା ବକ୍ସ ଅପିସ୍‌ରେ ଧମାଲ କରବା ପରେ ୨୫୦ କୋଟିର କ୍ଲବରେ ସାମିଲ୍‌ ହୋଇଥିଲା। ଏହି ଚଳଚ୍ଚିତ୍ର ଦର୍ଶକଙ୍କ ଠାରୁ ଅପାର ପ୍ରେମ ପାଇଥିଲା । ରିଲିଜ୍ ହେବା ମାତ୍ରେ ‘କବୀର ସିଂ’ ଅନେକ ଫିଲ୍ମର ରେକର୍ଡ ଭାଙ୍ଗି ଥିଲା। ଏହା ପ୍ରଥମ ବ୍ଲକବଷ୍ଟର ଫିଲ୍ମ ବୋଲି ପ୍ରମାଣିତ ହୋଇଥିଲା। ଏହା ଦକ୍ଷିଣର ଚଳଚ୍ଚିତ୍ର ‘ଅର୍ଜୁନ ରେଡ୍ଡୀ’ର ଅଫିସିଆଲ୍ ରିମେକ୍ ଥିଲା। ଏହାକୁ ନେଇ ବର୍ତ୍ତମାନ ଭୂଷଣ କୁମାର ‘କବୀର ସିଂ’ର ସିକ୍ୱେଲ ବିଷୟରେ କଥା ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଇଣ୍ଟରଭ୍ୟୁରେ ଯେତେବେଳେ ଟି-ସିରିଜ୍‌ ନିର୍ମାତା ଭୂଷଣ କୁମାରଙ୍କୁ ପଚରାଗଲା ଯେ ତାଙ୍କର କେଉଁ ଫିଲ୍ମ ଫ୍ରାଞ୍ଚାଇଜରେ ପରିଣତ ହେବା ଉଚିତ, ସେ ହସି ହସି କହିଥିଲେ ଯେ ମୁଁ ଭାବୁଛି ଆମର ଫିଲ୍ମ ‘କବୀର ସିଂ’ ଏକ ଫ୍ରାଞ୍ଚାଇଜରେ ପରିଣତ ହୋଇପାରେ। କାରଣ କବୀର ସିଂ ଏପରି ଏକ ଚରିତ୍ର, ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଏପରି ପରିସ୍ଥିତିରେ ଏହି ଚଳଚ୍ଚିତ୍ରର ସିକ୍ୱେଲ ବିଷୟରେ ଚିନ୍ତା କରାଯାଇପାରେ।

Leave A Reply

Your email address will not be published.